ଅଂଶୁଘାତ ରୁ ରକ୍ଷା ପାଇଁ ସାଇକେଲ ରେ ପ୍ରଚାର କରୁଛନ୍ତି କୁବେର
କେନ୍ଦ୍ରାପଡ଼ା, 20 ଏପ୍ରିଲ (ହି.ସ.) ଜିଲ୍ଲା ଆଇନସେବା ପ୍ରାଧିକରଣ ର ପିଏଲଭି ସଦସ୍ୟ କୁବେର ସାହୁ ଅଂଶୁଘାତ ରୁ ରକ୍ଷା ପ
ଅଂଶୁଘାତ ରୁ ରକ୍ଷା ପାଇଁ ସାଇକେଲ ରେ ପ୍ରଚାର କରୁଛନ୍ତି କୁବେର


କେନ୍ଦ୍ରାପଡ଼ା, 20 ଏପ୍ରିଲ (ହି.ସ.) ଜିଲ୍ଲା ଆଇନସେବା ପ୍ରାଧିକରଣ ର ପିଏଲଭି ସଦସ୍ୟ କୁବେର ସାହୁ ଅଂଶୁଘାତ ରୁ ରକ୍ଷା ପାଇଁ ସାଇକେଲ ରେ ବୁଲି ବୁଲି ଜନ ସାଧାରଣଙ୍କୁ ସଚେତନ କରୁଛନ୍ତି । ପ୍ରବଳ ଗ୍ରୀଷ୍ମରେ ଅଂଶୁଘାତ ପ୍ରତି ସାବଧାନ ରହିବା, ବିନା କାରଣରେ ଘରୁ ନ ବାହାରିବା ପାଇଁ ଏବଂ ଅତି ଆବଶ୍ୟକ ପଡିଲେ ଘରୁ ବାହାରିବା ବେଳେ ପାଣି ବୋତଲ, ଓଦା ଗାମୁଛା ଏବଂ ଛତା ସାଙ୍ଗରେ ଧରି ବାହାରିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି । ଅତି ଦାୟିତ୍ୱର ସହ ନିଜର କର୍ତବ୍ୟ ପାଳନ କରୁଥିବା ଶ୍ରୀ କୁବେରଙ୍କୁ ବିଭିନ୍ନ ସ୍ଥାନରେ ଜନ ସାଧାରଣ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରଶଂସା କରୁଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର ରବି

/ସମନ୍ୱୟ


 rajesh pande