ଚରମ୍ପାସ୍ଥିତ ବିଶାଣିଖରିଦା ବାସନ୍ତୀ ଦୁର୍ଗା ପୂଜାର ରୌପ୍ୟ ଜୟନ୍ତୀ ପାଳିତ
ଭଦ୍ରକ, ୨୦ ଅପ୍ରେଲ (ହି.ସ.) - ଚରମ୍ପା ବିଶାଣିଖରିଦା ଠାରେ ମା’ବାସନ୍ତୀ ଦୁର୍ଗା ପୂଜା କମିଟି ରୌପ୍ୟ ଜୟନ୍ତୀ ଉତ୍ସବ ମ
ଚରµାସ୍ଥିତ ବିଶାଣିଖରିଦା ବାସନ୍ତୀ ଦୁର୍ଗା ପୂଜାର ରୌପ୍ୟ ଜୟନ୍ତୀ ପାଳିତ


ଭଦ୍ରକ, ୨୦ ଅପ୍ରେଲ (ହି.ସ.) - ଚରମ୍ପା ବିଶାଣିଖରିଦା ଠାରେ ମା’ବାସନ୍ତୀ ଦୁର୍ଗା ପୂଜା କମିଟି ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କମିଟିର ଉପଦେଷ୍ଟା ବିଶିଷ୍ଟ ଶିକ୍ଷାବିତ୍ ପୂର୍ବତନ ପ୍ରଧାନଶିକ୍ଷକ ଗଗନ ବିହାରୀ ରାଉତଙ୍କ ପୌରହିତ୍ୟରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ଅତିଥିମାନେ ଯଥା ପଣ୍ଡିତ ଦୈତ୍ୟାରୀ ମହାପାତ୍ର ମୁଖ୍ୟଅତିଥି , ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ଇଂ ଅଭୟ ସୂତାର ସମ୍ମାନୀତ ଅତିଥି ଓ ଅଧ୍ୟାପକ ନିହାର ରଞ୍ଜନ କର ସମ୍ମାନିତ ବକ୍ତା ଭାବେ ଯୋଗ ଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳ ପୂର୍ବକ ଆନୁଷ୍ଠାନିକ ଭାବେ ସଭା ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ପୂଜକ ପଣ୍ଡିତ ମାଧବାନନ୍ଦ ମିଶ୍ର ବେଦ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟିର ସଂପାଦକ ଚିତ୍ ରଞ୍ଜନ ବିଶ୍ୱାଳ, ସଭାପତି ଦୀପ୍ତିରଞ୍ଜନ ଦାସ ଓ ସର୍ବ ବରିଷ୍ଠ ପ୍ରତିଷ୍ଠାତା ଶ୍ରୀ ଭାଗବତ ପଢିଆରୀ, କାଳୀପୂଜା କମିଟି ସଭାପତି ଶ୍ୟାମ ସୁନ୍ଦର ଗୁପ୍ତା, ସଂପାଦକ ଶ୍ରୀ ନାରାୟଣ ଚନ୍ଦ୍ର ବିଶ୍ୱାଳ, କୋଷାଧ୍ୟକ୍ଷ ଅନୁପ ବୋଷ, ଦୁର୍ଗାପୂଜା ସଂପାଦକ ଜୟନ୍ତୀ ସେନାପତି ଓ ସମାଜସେବୀ ସଂପାଦନା ମଣ୍ଡଳୀ ସଭ୍ୟ ବାବୁଲାଲ ଦାସ ପ୍ରମୁଖ ବ୍ୟକ୍ତିମାନେ ମଂଚାସୀନ ହୋଇଥିବାବେଳେ କମିଟିର ସଂପାଦକ ଚିତରଞ୍ଜନ ବିଶ୍ୱାଳଙ୍କ ସୁକନ୍ୟା ଧୃତିକା ବିଶ୍ୱାଳ ଏକ ସୁନ୍ଦର ଚିତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । କମିଟିର ରୌପ୍ୟ ଜୟନ୍ତୀ ମୁଖପତ୍ର “ବାସନ୍ତିକା” ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ଓ ମୁଖ୍ୟ ସଂପାଦକ ଗଗନ ବିହାରୀ ରାଉତ ପତ୍ରିକା ସଂପର୍କରେ ସମୀକ୍ଷା କରିଥିଲେ । ବାସନ୍ତୀ ଦୁର୍ଗା ପୂଜା କମିଟିର ପ୍ରାଣ ପ୍ରତିଷ୍ଠାତା ୰ ସୁଦର୍ଶନ ବିଶ୍ୱାଳ ଓ ୰ ଉଦୟନାଥ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ବକ୍ତାମାନେ ମାତୃଶକ୍ତି ଓ ତାର ଉପାସନା ସଂପର୍କରେ ସୁଦୀର୍ଘ ଭାଷଣ ପ୍ରଦାନ କରିଥିଲେ । କମିଟିର ସମସ୍ତ ସଭ୍ୟମାନେ ସହଯୋଗ କରିଥିଲେ । ସଂଚାଳକ ଶ୍ରୀତମ ପାଣିଗ୍ରାହୀ ଉତମ ସଂଚାଳନା କରିଥିବାବେଳେ ବାବୁଲାଲ ଦାସ ଶେଷ ସ୍ପର୍ଶ ଦେଇଥିଲେ ଓ ପରେ ପରେ ସୁନ୍ଦର ମନୋରମ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande