ସ୍କଟଲ୍ୟାଣ୍ଡରେ ଝରଣାରେ ବୁଡି ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ଲଣ୍ଡନ, 20 ଏପ୍ରିଲ (ହି.ସ.)- ସ୍କଟଲ୍ୟାଣ୍ଡର ଏକ ଝରଣାରେ ବୁଡି ଭାରତର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଉଭୟ ଛାତ୍ର
ସ୍କଟଲ୍ୟାଣ୍ଡରେ ଝରଣାରେ ବୁଡି ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ


ଲଣ୍ଡନ, 20 ଏପ୍ରିଲ (ହି.ସ.)- ସ୍କଟଲ୍ୟାଣ୍ଡର ଏକ ଝରଣାରେ ବୁଡି ଭାରତର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଉଭୟ ଛାତ୍ର ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟରେ ପଢୁଥିଲେ ।

ଉଭୟ ଛାତ୍ରଙ୍କ ନାମ ଜଣାପଡିନାହିଁ । ଉଭୟ ଛାତ୍ର ଆନ୍ଧ୍ରପ୍ରଦେଶର ଏବଂ ସେମାନଙ୍କ ବୟସ 20 ବର୍ଷ ଓ 26 ବର୍ଷ ବୋଲି ସୂଚନା ମିଳିଛି । ଏହି ଘଟଣା ବୁଧବାର ରାତି ପର୍ଥଶାୟରରେ ବ୍ଲେୟର ଅଫ୍ ଏଥୋଲ ନିକଟ ଲିନ୍ ଅଫ୍ ଟୁମେଲରେ ହୋଇଛି । ଏଠାକୁ ଦୁଇ ସାଙ୍ଗ ବୁଲିବାକୁ ଆସିଥିଲେ । ଏହି ସମୟରେ ଉଭୟେ ପାଣିରେ ପଡିଯାଇଥିଲେ । ଦୁଇ ସାଙ୍ଗ ଜରୁରୀକାଳୀନ ସେବା ପାଇଁ ଆଲାର୍ମ ବଜାଇଥିଲେ ଏହାପରେ ସ୍କଟିଶ ଫାୟାର ଆଣ୍ଡ ରେସକ୍ୟୁ ସର୍ଭିସ ଉଦ୍ଧାର ପାଇଁ ନୌକା ଟିମ ଓ ଜାହାଜ ପଠାଇଥିଲେ । ରେସକ୍ୟୁ ପାଇଁ ଜରୁରୀକାଳୀନ ସେବା ଦଳ ଖୋଜାଖୋଜି କରି ଉଭୟଙ୍କ ମୃତଦେହ ଜବତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande