କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜରେ ବ୍ୟାପିଲା ଜଣ୍ଡିସ, 28ଛାତ୍ର ଆକ୍ରାନ୍ତ
ଭୁବନେଶ୍ୱର/କେନ୍ଦୁଝର, 20 ଏପ୍ରିଲ (ହି.ସ.) - କେନ୍ଦୁଝରରେ ମାଡିଲା ଜଣ୍ଡିସ । କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜ
କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜରେ ବ୍ୟାପିଲା ଜଣ୍ଡିସ, 28ଛାତ୍ର ଆକ୍ରାନ୍ତ


ଭୁବନେଶ୍ୱର/କେନ୍ଦୁଝର, 20 ଏପ୍ରିଲ (ହି.ସ.) - କେନ୍ଦୁଝରରେ ମାଡିଲା ଜଣ୍ଡିସ । କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜ ପ୍ରଥମ ବର୍ଷ ଛାତ୍ରାବାସରେ ଜଣ୍ଡିସ ଆତଙ୍କ। 28ଜଣ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ବୋଲି କଲେଜ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କୁ କଲେଜ କର୍ତ୍ତୃପକ୍ଷ ଜଣାଇବା ପରେ ହଷ୍ଟେଲରେ ପହଞ୍ଚି 12 ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛି ମେଡିକାଲ ଟିମ୍ । ବାକି ଛାତ୍ର ଘରକୁ ଫେରି ଯାଇଛନ୍ତି। ପାଣି ନମୁନା ସଂଗ୍ରହ କରି ପରିସ୍ଥିତି ଉପରେ ନଜର ରଖାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande