କେଦାରନାଥ ଧାମ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
ଡେରାଡୁନ, 20 ଏପ୍ରିଲ (ହି.ସ.) - ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପାଇଁ କାଉଂଟଡାଉନ ଆରମ୍ଭ ହୋଇଛି । ଏହାକୁ ନେଇ ପ୍ର
କେଦାରନାଥ ଧାମ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ


ଡେରାଡୁନ, 20 ଏପ୍ରିଲ (ହି.ସ.) - ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପାଇଁ କାଉଂଟଡାଉନ ଆରମ୍ଭ ହୋଇଛି । ଏହାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ଏଥର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ରହିଛି । କେଦାରନାଥ ଧାମ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ମେ 10ରେ ଆରମ୍ଭ ହେବାକୁ ଥିବା ଯାତ୍ରାରେ କେଦାରନାଥ ଧାମ ପାଇଁ ସବୁଠୁ ଅଧିକ ପଂଜିକରଣ ତୀର୍ଥଯାତ୍ରୀମାନେ କରିଛନ୍ତି । କେଦାରନାଥ ପାଇଁ ଏବେ ଯାଏ ତିନି ଲକ୍ଷ 52 ହଜାର 879 ଶ୍ରଦ୍ଧାଳୁ ନିଜର ପଂଜିକରଣ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଚାରିଧାମ ପାଇଁ ଅନଲାଇନ ପଂଜିକରଣ ବାଧ୍ୟତାମୂଳକ ଅଟେ । ଚାରିଧାମ ଯାତ୍ରା ଓ ହେମକୁଣ୍ଡ ସାହିବ ପାଇଁ ଏପ୍ରିଲ 19 ସନ୍ଧ୍ୟା 6ଟା ବେଳେ ପ୍ରାୟ 10ଲକ୍ଷ 66ହଜାର 157 ପଂଜିକରଣ ହୋଇଛି । ଚାରିଧାମ ଓ ହେମକୁଣ୍ଡ ସାହିବ ପାଈଁ 15,9054 ତୀର୍ଥଯାତ୍ରୀ ପ୍ରତିଦିନ ପଂଜିକରଣ କରୁଛନ୍ତି । ଅନଲାଇନ ପଂଜିକରଣ ଏପ୍ରିଲ 15 ସକାଳ 7ଟାରୁ ଆରମ୍ଭ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande