କେନ୍ଦ୍ରାପଡାରେ କଂଗ୍ରେସର ବିଶାଳ ଶୋଭାଯାତ୍ରା
ଗୁପ୍ତକ୍ଷେତ୍ର ସଖୀବଟରେ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ କେନ୍ଦ୍ରାପଡ଼ା ୨୦ ଏପ୍ରିଲ (ହି.ସ.) ତୁଳସୀକ୍ଷେତ୍ରର ଶ୍ରୀ
କେନ୍ଦ୍ରାପଡାରେ କଂଗ୍ରେସର ବିଶାଳ ଶୋଭାଯାତ୍ରା


ଗୁପ୍ତକ୍ଷେତ୍ର ସଖୀବଟରେ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ

କେନ୍ଦ୍ରାପଡ଼ା ୨୦ ଏପ୍ରିଲ (ହି.ସ.) ତୁଳସୀକ୍ଷେତ୍ରର ଶ୍ରୀ ବଳଦେବ ସଂସ୍କୃତି ଅନ୍ତର୍ଗତ ପ୍ରସିଦ୍ଧ ଗୁପ୍ତକ୍ଷେତ୍ର ସଖୀବଟରେ ଦ୍ୱାବିଂଶତମ ବିଶ୍ୱଶାନ୍ତି ମହାଯଜ୍ଞ ଭବ୍ୟ ପରିବେଶରେ ଆରମ୍ଭ ହୋଇଛି । ବୁଧବାର ପବିତ୍ର ଶ୍ରୀରାମ ନବମୀ ସନ୍ଧ୍ୟାରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯଜ୍ଞର ଶୁଭାରମ୍ଭ କରିଥିଲେ । ପ୍ରଜ୍ଞାନ ମିଶନର ସହସମ୍ପାଦକ ସ୍ୱାମୀ ଅନିର୍ବାଣାନନ୍ଦ ଗିରି ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ନୈତିକ ଅବକ୍ଷୟ ରୋକିବାକୁ ହେଲେ ଆଧ୍ୟାତ୍ମିକତାର ବ୍ୟାପକ ପ୍ରଚାରପ୍ରସାର ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ସ୍ୱାମୀ ବିଶ୍ୱରୂପାନନ୍ଦ ଗିରି ଓ ଯଜ୍ଞ କମିଟି ଉପଦେଷ୍ଟା ରଶ୍ମିରଞ୍ଜନ ରାଉତ ଯୋଗ ଦେଇଥିଲେ । ଟ୍ରଷ୍ଟବୋର୍ଡ ସଦସ୍ୟ ଅକ୍ଷୟ କୁମାର ପାଣିଙ୍କ ସମ୍ପାଦନାରେ ପ୍ରସ୍ତୁତ ଯଜ୍ଞ ସ୍ମରଣିକା ମୁକ୍ତଗାଥା’କୁ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା । କମିଟି ମୁଖ୍ୟ ସଂଯୋଜକ ଇଂ ତୀର୍ଥବାସୀ ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ । ସହସମ୍ପାଦକ ଅଭୟ ପତ୍ରୀ ଓ ବୈଷ୍ଣବ ସ୍ୱାଇଁ ପତ୍ରିକା ଉନ୍ମୋଚନରେ ସହଯୋଗ କରିଥିଲେ । କୋଷାଧ୍ୟକ୍ଷ ପଣ୍ଡିତ ନରେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ ଦିବ୍ୟ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ମଙ୍ଗଳବାର ଯଜ୍ଞର ଅଙ୍କୁରାରୋପଣ ଅବସରରେ ଏକ ଜିଲ୍ଲାସ୍ତରୀୟ ଆଧ୍ୟାତ୍ମିକ ନୃତ୍ୟ ପ୍ରତିଯୋଗିତା ଗୋକୁଳଚନ୍ଦ୍ର ସଂଗୀତ ସଦନ ପକ୍ଷରୁ ଅନୁଷ୍ଠିତ ହୋଇ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଜିଲ୍ଲାପରିଷଦ ସଦସ୍ୟ ରଶ୍ମିରଞ୍ଜନ ରାଉତ ଅତିଥିଭାବେ ଯୋଗ ଦେଇଥିବାବେଳେ ନୃତ୍ୟଗୁରୁ ଭାନ୍ନୁପ୍ରିୟା ଖଟୁଆ ଓ ବିଷ୍ନୁପ୍ରିୟା ସାମଲ ଯୋଗ ଦେଇଥିଲେ । ଏହି ଯଜ୍ଞ ଆଗାମୀ ସୋମବାର ଉଦଯାପିତ ହେବ । ପ୍ରତି ସନ୍ଧ୍ୟାରେ ପ୍ରବଚନ ଓ ଆକର୍ଷକ ଭଜନ ସମାରୋହ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।

ହିନ୍ଦୁସ୍ଥାନ ସମାଚାର / ରବି /ସମନ୍ୱୟ


 rajesh pande