କେନ୍ଦ୍ରାପଡାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
କେନ୍ଦ୍ରାପଡାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ବିଶାଳ ବାଇକ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସହର ପରିକ୍ରମା କେନ୍ଦ୍ରାପ
କେନ୍ଦ୍ରାପଡାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ


କେନ୍ଦ୍ରାପଡାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ବିଶାଳ ବାଇକ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସହର ପରିକ୍ରମା

କେନ୍ଦ୍ରାପଡ଼ା ୨୦ ଏପ୍ରିଲ (ହି.ସ.) କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଦୁହୁରିଆ ଠାରୁ ବାହାରି ଇଛାପୁର ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ତରଫରୁ ଆୟୋଜନ କରାଯାଇ ଥିବା ଏହି ଶୋଭାଯାତ୍ରା ରେ କଂଗ୍ରେସର ପୂର୍ବତନ ବିଧାୟକ ଙ୍କ ଠାରୁ ଆରମ୍ଭ କରି ସରପଂଚ ଙ୍କ ପର୍ଯ୍ୟନ୍ତ ବହୁ କର୍ମୀ ଓ ନେତା ଏଥିରେ ଅଂଶ ଗ୍ରହଣ କରିଥିଲେ । ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ୱ ଏକ ମଟର ସାଇକେଲ ଶୋଭାଯାତ୍ରା ନେଇ ସହର ପରିକ୍ରମା କରିଥିଲେ । ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ଏହି ଶୋଭାଯାତ୍ରା ରେ ଜିଲ୍ଲା ସଭାପତି ଲୋକନାଥ ମହାରଥୀ, ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାଶ, ଆଳି ବିଧାୟିକା ପ୍ରାର୍ଥିନୀ ଦେବସ୍ମିତା ଶର୍ମା, ପାଟକୁରା ର ପ୍ରାର୍ଥୀ ରତିକାନ୍ତ କାନୁନ୍ଗୋ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ସିପ୍ରା ମଲିକ, ଚିନ୍ମୟ ବେହୁରା, ଅଶୋକ ପଢିଆରୀ, କଂଗ୍ରେସ ମୁଖପାତ୍ର ପ୍ରଫୁଲ୍ଲ ଦାସ, ଯୁବନେତା ରିଙ୍କୁ ଲେଙ୍କାଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଓ ନେତାମାନେ ସହର ପରିକ୍ରମା କରି ଜନ ସାଧାରଣଙ୍କୁ ଆଗାମୀ ନିର୍ବାଚନରେ କଂଗ୍ରେସ କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଶୋଭାଯାତ୍ରାଟି ସହର ପରିକ୍ରମା କଲାବେଳେ ବିଭିନ୍ନ ଛକ ମାନଙ୍କରେ କଂଗ୍ରେସ ନେତା ମାନଙ୍କୁ ବ୍ୟାପକ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଓ ଅନ୍ୟ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ସାଂସଦ ପାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମାନ ପ୍ରଦର୍ଶନ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ର ପ୍ରାର୍ଥୀ ଓ ଆଶାୟୀ ପ୍ରାର୍ଥୀ ନିଜ ନିଜର କର୍ମୀ ମାନଙ୍କ ସହ ବହୁ ସଂଖ୍ୟାରେ ଯୋଗ ଦେଇଥିବାରୁ ଏହି ବିଶାଳ ଶୋଭାଯାତ୍ରା ଦୁହୁରିଆ ଠାରୁ ବାହାରି ସହରର ମୁଖ୍ୟ ସଡକ ଦେଇ ପ୍ରାୟ ରାତି ୮ଟା ସମୟରେ ଶ୍ରୀ ବଳଦେବଜୀଉ ମନ୍ଦିର ନିକଟରେ ପହଁଚିଥିଲା । ନେତୃ ମଣ୍ଡଳୀ ଶ୍ରୀ ଜୀଉ ମାନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଇଛାପୁରରେ ଏହି ନେତା ମାନଙ୍କୁ କଂଗ୍ରେସ କର୍ମୀ ମାନେ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର ରବି

/ସମନ୍ୱୟ


 rajesh pande