ଋଷର ଷ୍ଟ୍ରେଟେଜିକ ବମ୍ବର ବିମାନକୁ ମାରି ଖସାଇଥିବା ଦାବି କଲା ୟୁକ୍ରେନ
କିଭ୍, 20 ଏପ୍ରିଲ (ହି.ସ.) - ଋଷର ଷ୍ଟ୍ରେଟେଜିକ ବମ୍ବର ବିମାନକୁ ମାରି ଖସାଇଥିବା ଦାବି କରିଛି ୟୁକ୍ରେନ । ଅନ୍ୟପଟେ ମ
ଋଷର ଷ୍ଟ୍ରେଟେଜିକ ବମ୍ବର ବିମାନକୁ ମାରି ଖସାଇଥିବା ଦାବି କଲା ୟୁକ୍ରେନ


କିଭ୍, 20 ଏପ୍ରିଲ (ହି.ସ.) - ଋଷର ଷ୍ଟ୍ରେଟେଜିକ ବମ୍ବର ବିମାନକୁ ମାରି ଖସାଇଥିବା ଦାବି କରିଛି ୟୁକ୍ରେନ । ଅନ୍ୟପଟେ ମସ୍କୋ ଅଧିକାରୀ କହିଛନ୍ତି ଯେ, ଟିୟୁ-22ଏମ3 ଷ୍ଟ୍ରେଟେଜିକ ବମ୍ବର ବିମାନ ଏକ ମିଶନ ପରେ ଖରାପ କାରଣରୁ କ୍ରାସ ହୋଇଯାଇଛି । ୟୁକ୍ରେନର ଦାବିକୁ ଖଣ୍ଡନ କରିଛି ମସ୍କୋ । ଋଷର ବାୟୁସେନା ୟୁକ୍ରେନ ତୁଳନାରେ ଅଧିକ ଶକ୍ତିଶାଳୀ ଅଟେ, କିନ୍ତୁ କିଭ ପାଶ୍ଚାତ୍ୟ ଦେଶର ସହାୟତାରେ ଏକ ଚ୍ୟାଲେଂଜ ଭାବେ ଉଭା ହୋଇଛି । ୟୁକ୍ରେନ ରିପୋର୍ଟରେ କୁହାଯାଇଛି ଯେ, ବାୟୁସେନା ଓ ସୈନ୍ୟ ଗୁଇନ୍ଦା ବିମାନ ଭେଦି ମିସାଇଲ ସହିତ ଟିୟୁ-22ଏମ3 ବମ୍ବରକୁ ଖସାଇବାରେ ସହଯୋଗ କରିଛି । ଋଷ ସାଧାରଣ ଭାବେ ନିଜ ଏୟାରସ୍ପେସରେ ୟୁକ୍ରେନ ଲକ୍ଷ୍ୟକୁ ଭେଦିବା ପାଇଁ ବମ୍ବରର ବ୍ୟବହାର କରିଥାଏ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande