କଂଗ୍ରେସ ସାମାଜିକ ନ୍ୟାୟକୁ ହତ୍ୟା କରିଛି, ସମ୍ବିଧାନର ଭାବନାକୁ ଆଘାତ ଦେଇଛି - ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦେଶର ସାଗର ଓ ବୈତୁଲ ଠାରେ ଆୟୋଜିତ ବିଶାଳ ଜନ ସଭାରେ ଉଦବୋଧନ ନୂଆଦିଲ୍ଲୀ
କଂଗ୍ରେସ ସାମାଜିକ ନ୍ୟାୟକୁ ହତ୍ୟା କରିଛି, ସମ୍ବିଧାନର ଭାବନାକୁ ଆଘାତ ଦେଇଛି - ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦେଶର ସାଗର ଓ ବୈତୁଲ ଠାରେ ଆୟୋଜିତ ବିଶାଳ ଜନ ସଭାରେ ଉଦବୋଧନ

ନୂଆଦିଲ୍ଲୀ, ଭୋପାଳ, 24 ଏପ୍ରିଲ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଧବାର ଦିନ ମଧ୍ୟ ପ୍ରଦେଶର ସାଗର ଓ ବୈତୁଲ ଠାରେ ଦୁଇଟି ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ରାଜ୍ୟର ଜନସାଧାରଣଙ୍କୁ ଅପିଲ କରିଛନ୍ତି ଯେ ଚଳିତ ନିର୍ବାଚନରେ ରାଜ୍ୟର ପ୍ରତ୍ୟେକ ଆସନରୁ ବିପୁଳ ଭୋଟରେ ପଦ୍ମ ଫୁଟାନ୍ତୁ । ଏହି ମହା ରାଲୀରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଉପ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳ, ବରିଷ୍ଠ ନେତା ନରୋତ୍ତମ ମିଶ୍ର, ବିଦିଶା ଲୋକସଭା ଆସନର ପ୍ରାର୍ଥୀ ଶିବରାଜ ସିଂହ ଚୌହାନ, ବୈତୁଲ- ହରଦା ଆସନରୁ ପ୍ରାର୍ଥୀ ଦୁର୍ଗାଦାସ ଉଇକେ, ସାଗର ଲୋକସଭା ଆସନରୁ ପ୍ରାର୍ଥୀ ଶ୍ରୀମତୀ ଲତା ୱାନଖାଡେ ଓ ଅନ୍ୟ ନେତା ମାନେ ମଂଚ ଉପରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ସାଗର ଓ ବୈତୁଲର ମାଟିରେ ଜନ ସମୁଦ୍ର ଦେଖା ଦେଇଛି । ସମ୍ପୂର୍ଣ ମଧ୍ୟ ପ୍ରଦେଶ ପୁଣି ଥରେ ମୋଦୀ ସରକାର ପାଇଁ ମନ ବଳାଇ ସାରିଛି । ମୋତେ ମଧ୍ୟ ପ୍ରଦେଶର ଜନସାଧାରଣଙ୍କ ଆଶୀର୍ବାଦ ଆବଶ୍ୟକ, ଏହା ହିଁ ମୋର ସବୁଠାରୁ ବଡ ପୁଂଜି ଅଟେ । ଜନସାଧାରଣ ହେଉଛନ୍ତି ଭଗବାନଙ୍କ ରୂପ ଓ ଯେତେବେଳେ ଜନସାଧାରଣ ଆଶୀର୍ବାଦ ଦିଅନ୍ତି ସେତେବେଳେ ଆଶୀର୍ବାଦ ଭଗବାନଙ୍କ ଆଶୀର୍ବାଦ ହୋଇଥାଏ । ବର୍ତମାନ ସମୟରେ ଆଶୀର୍ବାଦର ଏକମାତ୍ର ଉପାୟ ହେଉଛି ପଦ୍ମ ଫୁଲ ଚିହ୍ନରେ ବଟନ ଚାପିବା । ଦେଶର ବିକାଶ ପାଇଁ ଏକ ସ୍ଥିର ସରକାର କେତେ ଆବଶ୍ୟକ ତାହା ମଧ୍ୟ ପ୍ରଦେଶର ଲୋକ ମାନେ ଭଲ ଭାବେ ଜାଣନ୍ତି । ଠିକ ନୀତି ଓ ଠିକ ଭିଜନ ସହ ହିଁ ବିକାଶ ସମ୍ଭବ ହୋଇଥାଏ । ତେଣୁ ଦେଶରେ ବିକାଶ ସେତେବେଳେ ହେଲା ଯେତେବେଳେ କଂଗ୍ରେସ କ୍ଷମତାରୁ ହଟିଲା ଓ ବିଜେପିର ସରକାର ହେଲା । କଂଗ୍ରେସ ଶାସନରେ ମଧ୍ୟ ପ୍ରଦେଶକୁ ବୀମାରୁ ରାଜ୍ୟ ବୋଲି କୁହାଯାଉଥିଲା ହେଲେ ବିଜେପି ସରକାରରେ ସେହି ମଧ୍ୟ ପ୍ରଦେଶ ବିକାଶର ନୂଆ ଉଚ୍ଚତାକୁ ସ୍ପର୍ଶ କରୁଛି । ମଧ୍ୟ ପ୍ରଦେଶର କେନ ବେତୱା ଲିଂକ ପ୍ରକଳ୍ପର ଐତିହାସିକ କାର୍ଯ୍ୟ ଆରମ୍ଭ ହୋଇ ସାରିଛି ଓ ଜଳ ସେଚନ ପାଇଁ ବଂଡା- ବୃହ ଜଳସେଚନ ପ୍ରକଳ୍ପର କାମକୁ ମଧ୍ୟ ବିଜେପି ସରକାର ଗତି ପ୍ରଦାନ କରିଛି । ମଧ୍ୟ ପ୍ରଦେଶରେ ହାଇ ୱେର ଜାଲ ବିଛା ଯାଇଛି । ନର୍ମଦା ପ୍ରଗତି ପଥ, ବିନ୍ଧ୍ୟ ପ୍ରଗତି ପଥ, ମାଲୱା- ନିମାର ପ୍ରଗତି ପଥ, ମଧ୍ୟ ପ୍ରଗତି ପଥ. ବୁନ୍ଦେଲ ଖଣ୍ଡ ପ୍ରଗତି ପଥ ଓ ଅଟଳ ପ୍ରଗତି ପଥ ପରି ଏକ୍ସପ୍ରେସ ୱେ ମଧ୍ୟ ପ୍ରଦେଶର ପରିଚୟ ହୋଇ ପାରିଛି । କେନ୍ଦ୍ରର ବିଜେପି ସରକାର ମଧ୍ୟ ପ୍ରଦେଶକୁ 350ରୁ ଅଧିକ ରେଳ ପ୍ରକଳ୍ପର ଉପହାର ଦେଇଛି । ସାଗର ଠାରେ ହସପିଟାଲ ଓ ମେଡିକାଲ କଲେଜର ନିର୍ମାଣ କରାଯାଉଛି । 50 ହଜାର କୋଟି ଟଙ୍କା ବ୍ୟୟରେ ବିନ ରିଫାଇନାରୀରେ ପେଟ୍ରୋ କେମିକାଲ୍ସ କଂପ୍ଲେକ୍ସର କାର୍ଯ୍ୟ ଆରମ୍ଭ କରାଯାଇଛି । ବିଜେପି ସରକାର ମଧ୍ୟ ପ୍ରଦେଶରେ ଭିତିଭୂମି, ସ୍ୱାସ୍ଥ୍ୟ, ଓ ସୁରକ୍ଷା ଦିଗରେ କାର୍ଯ୍ୟ କରିଛି । ଶିଳ୍ପକୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିରନ୍ତର କାର୍ଯ୍ୟ କରୁଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ଦେଶର ଜନସାଧାରଣଙ୍କ ଭୋଟରେ ବିଦେଶରେ ମଧ୍ୟ ଭାରତର ଜୟ ଜୟକାର ହେଉଛି । ଦେଶର ଶତ୍ରୁ ମାନଙ୍କର ସ୍ଥିତି ଖରାପ କରି ଦିଆଯାଇଛି । 5 ଶହ ବର୍ଷ ପରେ ରାମଲଲାଙ୍କ ଭବ୍ୟ ରାମ ମନ୍ଦିରରେ ତାଙ୍କୁ ବିରାଜମାନ କରାଯାଇଛି । ଗତ ଦଶ ବର୍ଷରେ ଯେତେ କାର୍ଯ୍ୟ ହୋଇଛି ତାହା ଟ୍ରେଲ ର ମାତ୍ର । ଆଗକୁ ମୋତେ ଦେଶକୁ ଖୁବ ଆଗକୁ ନେଇ ଯିବାର ଅଛି । ଆଦିବାସୀ ବିପ୍ଲବୀ ସର୍ଦାର ଗଂଜନ ସିଂହ କୋରକୁ ଓ ସର୍ଦାର ବିଷ୍ଣୁ ସିଂହ ଗୌଣଙ୍କ ଯୋଗଦାନକୁ ଭୁଲା ଯାଇ ପାରିବ ନାହିଁ । ବିଜେପି ସରକାର ଭଗବାନ ବିରସା ମୁଣ୍ଡାଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଜନଜାତୀୟ ଦିବସ ଭାବେ ଘୋଷିତ କରିଛି । ଲକ୍ଷ ଲକ୍ଷ ଆଦିବାସୀଙ୍କୁ ବନ ଅଧିକାର ପ୍ରଦାନ କରାଯାଇଛି । ଗତ ଦଶ ବର୍ଷ ମଧ୍ୟରେ କରାଯାଇଥିବା କଲ୍ୟାଣ କାର୍ଯ୍ୟରେ ଆଦିବାସୀ ମହିଳା ମାନଙ୍କର ଜୀବନ ସୁଗମ କରିବାର କାମ କରାଯାଇଛି ।

ମୋଦୀ ସରକାର ବୈତୁଲ ସମେତ ସମଗ୍ର ମଧ୍ୟପ୍ରଦେଶର ଚାଷୀଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକୁ ପୂରଣ କରିଛନ୍ତି । ଅନ୍ୟପକ୍ଷରେ ତେଲେଙ୍ଗାନା ର କଂଗ୍ରେସ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗୋଟିଏ ବିଶେଷ ସମ୍ପ୍ରଦାୟକୁ ସଂରକ୍ଷଣ ଦେବା କଥା କହୁଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ଗରୀବ ମାର ପୁଅ ମୋଦୀ ଦେଶର ମା ଓ ଭଉଣୀମାନଙ୍କ ପାଇଁ ବହୁ କାର୍ଯ୍ୟ କରିଛି । କରୋନା କାଳରେ ମୋଦୀ ସରକାର ମହିଳାଙ୍କ ରୋଷେଇ ଘରେ ରାସନ କମ୍ ହେବାକୁ ଦେଇ ନଥିଲା । ଆଜି ମଧ୍ୟ ଦେଶର ଘରେ ଘରେ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଚାଉଳ ରନ୍ଧା ଯାଉଛି । ଏହା ମୋଦୀର ଗ୍ୟାରେଣ୍ଟି ଯେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଦେଶର ୮୦ କୋଟି ପରିବାରକୁ ଖାଦ୍ୟାନ୍ନ ମିଳୁଥିବ । ମୋଦୀ ସରକାର ଦେଶର ମା ଓ ଭଉଣୀଙ୍କ ପାଇଁ ପାଣି- ବିଜୁଳି ଓ ଶୌଚାଳୟଭଳି ମୌଳିକ ସୁବିଧାକୁ ଘରେ ଘରେ ପହଞ୍ଚାଉଛି । ମୋଦୀ ସ୍ୱଂୟ ସହାୟକ ଗୋଷ୍ଠୀର ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ସଂକଳ୍ପ ନେଇଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ଆଜି କଂଗ୍ରେସର ଏଭଳି ସତ ସାମ୍ନାକୁ ଆସିଛି ଯାହାକୁ ଶୁଣି ପ୍ରତ୍ୟେକ ଦେଶବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଦେଶର ସମ୍ବିଧାନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଧର୍ମ ଆଧାରରେ କୌଣସି ସଂରକ୍ଷଣ ଦିଆଯିବ ନାହିଁ । ସ୍ୱଂୟ ବାବା ସାହେବ ଆମ୍ବେଦକର ମଧ୍ୟ ଧର୍ମ ନାମରେ ସଂରକ୍ଷଣର ବିରୋଧୀ ଥିଲେ କିନ୍ତୁ କଂଗ୍ରେସ ବହୁ ବର୍ଷ ପୂର୍ବରୁ ଧାର୍ମିକ ସଂରକ୍ଷଣର ବିପଦଜନକ ସଂକଳ୍ପ ନେଇ ଏହାକୁ ପୂରଣ କରିବା ପାଇଁ କଂଗ୍ରେସ ବର୍ଷ ପରେ ବର୍ଷ ବିଭିନ୍ନ ଉପାୟ ଆପଣାଉଛି । କଂଗ୍ରେସ ଦେଶବାସୀଙ୍କ ଆଖିରେ ଧୂଳି ଦେଇ ନିଜ ଖେଳ କରୁଛି । କଂଗ୍ରେସ ୨୦୦୪ରେ ଆନ୍ଧ୍ର ପ୍ରଦେଶରେ ଧର୍ମ ଆଧାରିତ ସଂରକ୍ଷଣ ଦେଇ ସମ୍ବିଧାନର ମୂଳ ଭାବନାର ଉଲ୍ଲଂଘନ କରିଥିଲା । ଏହା ପରେ ୨୦୦୯ ଓ ୨୦୧୪ର ଲୋକସଭା ନିର୍ବାଚନରେ କଂଗ୍ରେସ ଧର୍ମ ଆଧାରରେ ସଂରକ୍ଷଣ ଦେବାର ପ୍ରତିଶ୍ରୁତି ଦେଇଥିଲା । କଂଗ୍ରେସ ଏସସି , ଏସଟି ଓ ଓବିସି ର ୧୫ ପ୍ରତିଶତ କୋଟା କାଟି ଧର୍ମ ଆଧାରରେ ବାଣ୍ଟିବାକୁ ଚାହୁଁଛି । କର୍ଣ୍ଣାଟକରେ କଂଗ୍ରେସର ପୂର୍ବ ସରକାର ଧର୍ମ ଆଧାରିତ ସଂରକ୍ଷଣ ଦେଇଥିଲା କିନ୍ତୁ ଭାଜପା ସରକାର ଆସିବା ପରେ ବାବା ସାହେବଙ୍କ ପ୍ରତି ସମର୍ପଣ ଭାବରେ ଭାରତର ସମ୍ବିଧାନ ର ପବିତ୍ରତାର ସମ୍ମାନ କରି ସେହି ଧର୍ମ ଆଧାରିତ ସଂରକ୍ଷଣକୁ ଶେଷ କରିଦେଲା । ଆଉ ଥରେ ପୁଣି କଂଗ୍ରେସ କର୍ଣ୍ଣାଟକରେ ବେଆଇନ୍ ଭାବେ ଓବିସି ସମାଜର ଆଖିରେ ଧୂଳି ଦେଇ ଗୋଟିଏ ବିଶେଷ ବର୍ଗର ସବୁ ଜାତିଙ୍କୁ ଓବିସି କୋଟାରେ ସାମିଲ କରିଦେଲା । କଂଗ୍ରେସ ଏହି ଫର୍ମୁଲା ସମ୍ପୂର୍ଣ୍ଣ ଦେଶରେ ଲାଗୁ କରିବାକୁ ଚାହୁଁଛି । ନିର୍ବାଚନ ତ ଆସିବ ଯିବ କିନ୍ତୁ ଏହି ବିପଦଜନକ ଖେଳ ଦେଶର ଜନତାଙ୍କ ଆଗାମୀ ପୀଢୀକୁ ନଷ୍ଟ କରିଦେବ । କଂଗ୍ରେସ ଓବିସି ସମାଜର ସବୁଠୁ ବଡ ଶତ୍ରୁ । କଂଗ୍ରେସ ସାମାଜିକ ନ୍ୟାୟ ର ହତ୍ୟା କରିଛି । କଂଗ୍ରେସ ସମ୍ବିଧାନର ଭାବନାକୁ ଆଘାତ ଦେଇ ବାବା ସାହେବଙ୍କର ଘୋର ଅପମାନ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସର ରାଜ୍ୟ ରେ ଚାଲିଥିବା ଏସସି- ଏସଟି ଓ ଓବିସି ସଂରକ୍ଷଣକୁ କାଟି ମୁସଲମାନ ମାନଙ୍କୁ ଦେବାର ଖେଳକୁ ବନ୍ଦ କରିବାକୁ ମୋଦୀକୁ 4 ଶହ ପାର ଆବଶ୍ୟକ । ମୋଦୀକୁ ଦଳିତ- ଆଦିବାସୀ ଓ ଓବିସିର ସଂରକ୍ଷଣକୁ ରକ୍ଷା କରିବାର ଅଛି । କଂଗ୍ରେସ ଜନସାଧାରଣଙ୍କ ସମ୍ପତି ଛଡାଇବାକୁ ଚାହୁଁଛି । କଂଗ୍ରେସ ଦେଶରେ ସର୍ଭେ କରାଇ ଅଧିକ ସମ୍ପତି ଓ ମହିଳା ମାନଙ୍କ ଗହଣା ଛଡାଇ ନିଜର ଭୋଟ ବ୍ୟାଙ୍କକୁ ବାଂଟିବାର କଥା କହେ । ଜନସାଧାରଣଙ୍କୁ ଏହା ଆଦୌ ମଂଜୁର ନାହିଁ । ଆଜି କଂଗ୍ରେସର ଲୁଚି ରହିଥିବା ଏଜେଂଡା ସାମନାକୁ ଆସି ଯାଇଛି । କଂଗ୍ରେସ ଆଜି ଇନହେରିଟେନ୍ସ ଉପରେ ଟିକସ ଲଗାଇବାକୁ ଘୋଷଣା କରିଛି । ଭାରତରେ ପ୍ରତ୍ୟେକ ଘରେ ବୟସ୍କ ଲୋକ ମାନେ ନିଜର ନାତି ନାତୁଣି ପାଇଁ ସଂପତି ବଂଚାଇ ରଖିଥାନ୍ତି । କିନ୍ତୁ କଂଗ୍ରେସ ଏହି ଇନହେରିଟେନ୍ସ ଉପରେ ଟିକସ ଲଗାଇବାକୁ ଚାହୁଁଛି । କଂଗ୍ରେସ ଭାରତର ସାମାଜିକ ମୂଲ୍ୟବୋଧରୁ ଏତେ କଟି ଯାଇଛି ଯେ ସେ ପାରିବାରିକ ମୂଲ୍ୟବୋଧ କଣ ତାହା ଜାଣି ପାରୁ ନାହିଁ । ଭାରତୀୟ ମାନେ ଆବଶ୍ୟକତା ଅନୁସାରେ ଟଙ୍କା ଖର୍ଚ କରିଥାନ୍ତି ଓ ସଂଚୟ କରିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ କଂଗ୍ରେସ ପୀଢି ପରେ ପୀଢୀ ଚାଲୁଥିବା ଏହି ସମ୍ପତିକୁ ଲୁଟିବାକୁ ଚାହୁଁଛି । କଂଗ୍ରେସର ମନ୍ତ୍ର ହେଲା କଂଗ୍ରେସର ଲୂଟ ଜିନ୍ଦଗୀକେ ସାଥ ଭି ଓର ଜିନ୍ଦେଗୀ କେ ବାଦ ଭି । କଂଗ୍ରେସ ପାର୍ଟି ଦେଶର ସମ୍ବିଧାନକୁ ଘୃଣା କରେ । ସେମାନଙ୍କୁ ଭାରତର ପରିଚୟ ପ୍ରତି ଘୃଣା ଭାବ ରହିଛି । ତେଣୁ ସେମାନେ ଏଭଳି ପ୍ରଜେକ୍ଟ ଉପରେ କାମ କରନ୍ତି, ଯେଉଁଥିରେ ଦେଶ ଦୁର୍ବଳ ହେବ, ଦେଶର ଭାବମୂର୍ତି ଖରାପ ହେବ। ଏମାନେ ସମାଜକୁ ନିଜ ଭିତରେ ଲଢାଇବାକୁ ନୂଆ ନୂଆ ଉପାୟ ନେଇ ଆସିଥାନ୍ତି । କଂଗ୍ରେସ ଏବେ କହୁଛି ଯେ ଏହା କଂଗ୍ରେସର ଯୁବରାଜଙ୍କ ପରାମର୍ଶଦାତାଙ୍କ ଏହା ହେଉଛି ବ୍ୟକ୍ତିଗତ ବକ୍ତବ୍ୟ । ହେଲେ 2011 ମସିହାରେ କଂଗ୍ରେସ ଦେଶରେ ବିରାସତ ଟିକସ ଲାଗୁ କରିବାର ଓକିଲାତି କରିଥିଲା । ବିରାସତ ଟିକସ ଲାଗୁ କରିବାର କଂଗ୍ରେସର ଇଚ୍ଛା ଖୁବ ପୁରୁଣା । ଇଂଡି ମେଂଟ ଏବେ ଯାଏ ନିଜର ନେତୃତ୍ୱ ସ୍ଥିର କରି ପାରି ନାହିଁ ହେଲେ ସ୍ଥିର କରି ପାରି ନାହିଁ କିନ୍ତୁ ବିଜେପି ନିକଟରେ ମୋଦୀର ନେତୃତ୍ୱ, ଦଶ ବର୍ଷର କାର୍ଯ୍ୟର ହିସାବ ଓ ଆଗାମୀ 25 ବର୍ଷର ବିକାଶର ରୋଡମ୍ୟାପ ରହିଛି । ଇଂଡି ମେଂଟର ଦଳ ପ୍ରତ୍ୟେକ ବର୍ଷ ନୂଆ ପ୍ରଧାନମନ୍ତ୍ରୀର ଯୋଜନା କରୁଛନ୍ତି । ଏହା ମୁଂଗେରିଲାଲ କେ ହସିନ ସପନେ ନୁହେଁ ବରଂ ଦେଶକିୁ ନଷ୍ଟ କରିବାର ଖେଳ ।

ଶ୍ରୀ ମୋଦୀ କହିଛନ୍ତି ଯେ ଭଗବାନ ରାମଙ୍କୁ କାଳ୍ପନିକ ବୋଲି କହିଥିବା କଂଗ୍ରେସ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣକୁ ଅସ୍ୱୀକାର କରି ଦେଇଥିଲା । ଜନ ସାଧାରଣ ଏବେ କଂଗ୍ରେସକୁ ଖାରଜ କରିବାକୁ ନିଷ୍ପତି ନେଇ ସାରିଛନ୍ତି । କଂଗ୍ରେସର ବିରୋଧ କେବଳ ଅଯୋଧ୍ୟା କିମ୍ବା ରାମ ମନ୍ଦିର ଯାଏ ସୀମିତ ନାହିଁ ବରଂ ଏହି ମନ୍ଦିରକୁ ଆସୁଥିବା ଶରଣାର୍ଥୀ ମାନଙ୍କ ସହ ମଧ୍ୟ ସମସ୍ୟା ରହିଛି । ଗତ ବର୍ଷ ଯେତେବେଳେ ମୁଁ ମଧ୍ୟ ପ୍ରଦେଶର ସନ୍ଥ ରବିଦାସ ମନ୍ଦିରର ଉଦଘାଟନ କରିଥିଲି ସେତେବେଳ କଂଗ୍ରେସର ନେତା ମାନେ ଉକ୍ତ ମନ୍ଦିର ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସ ଜଣେ ମହାନ ଦଳିତ ସନ୍ଥର ମନ୍ଦିରକୁ ମଧ୍ୟ ବରଦାସ୍ତ କରି ପାରେ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନ ସମୁଦ୍ରକୁ ଆଗାମୀ ମଇ ସାତ ତାରିଖ ଦିନ ସ୍ଥାନୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରି ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ଦେବାକୁ ଅପିଲ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande