୨୯ରେ ପ୍ରକାଶ ପାଇବ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି
ଭୁବନେଶ୍ୱର, ୨୮ ଅପ୍ରେଲ(ହି.ସ.) – ରାଜ୍ୟରେ ବିଧିବଦ୍ଧ ଭାବରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ(ସାମଗ୍ରିକ ଭାବେ ଦେଶରେ ଷଷ୍
୨୯ରେ ପ୍ରକାଶ ପାଇବ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି


ଭୁବନେଶ୍ୱର, ୨୮ ଅପ୍ରେଲ(ହି.ସ.) – ରାଜ୍ୟରେ ବିଧିବଦ୍ଧ ଭାବରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ(ସାମଗ୍ରିକ ଭାବେ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ଅପ୍ରେଲ ୨୯ ତାରିଖରେ ପ୍ରକାଶ ପାଇବ ।

ଏହି ଅବସରରେ ସଂସଦୀୟ କ୍ଷେତ୍ର ନାମ, ଜିଲ୍ଲା, ମହିଳା, ପୁରୁଷ ଓ ତୃତୀୟ ଲିଙ୍ଗ ଭୋଟର୍ ସଂଖ୍ୟା, ଜେଣ୍ଡର ରେସିଓ, ଯୁବ ଭୋଟର ସଂଖ୍ୟା, ପୋଲିଂ ବୁଥ୍ ସଂଖ୍ୟା ଓ ସି-ଭିଜିଲ ସମ୍ବନ୍ଧୀୟ ସୂଚନା ଜଣାଇ ଦିଆଯାଉଛି ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୦୨୪ ମଇ ୬ ତାରିଖ(ସୋମବାର) ଧାର୍ଯ୍ୟ କରାଯାଇଥିବାବେଳେ ୨୦୨୪ ମଇ ୭ ତାରିଖ(ମଙ୍ଗଳବାର) ଦିନ ପ୍ରାର୍ଥୀପତ୍ର ଯାଂଚ କରାଯିବ । ୨୦୨୪ ମଇ ୯ ତାରିଖ(ଗୁରୁବାର) ଦିନକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯିବ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୦୨୪ ମଇ ୨୫ ତାରିଖ(ଶନିବାର) ଦିନ ଅନୁଷ୍ଠିତ ହେବ ଏବଂ ୨୦୨୪ ଜୁନ୍ ୪ ତାରିଖ(ମଙ୍ଗଳବାର) ଦିନ ନିର୍ବାଚନ ଫଳ ଘୋଷଣା କରାଯିବ ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

......................................./ସମନ୍ୱୟ


 rajesh pande