ଟ୍ରକ୍ ଯାତ୍ରୀବାହୀ ବସ୍ ଧକ୍କାରେ ଡ୍ରାଇଭର ହେଲ୍ପର ମୃତ
ସୁବର୍ଣ୍ଣପୁର, ୨୮ ଅପ୍ରେଲ(ହି.ସ.) – ଆଜି ଭୋରରେ ସୋନପୁର-ବଲାଙ୍ଗୀର ରାସ୍ତା ହରଡୋଖୋଲ ନିକଟରେ ଏକ ଯାତ୍ରୀବାହୀ ବସ ଟ୍ର
ଟ୍ରକ କୁ ଯାତ୍ରୀବାହୀ ବସ ଖର୍ଡୋଖୋଲ ଠାରେ ଧକ୍କା ରେ ଡ୍ରାଇଭର ହେଲ୍ପର ମୃତ


ସୁବର୍ଣ୍ଣପୁର, ୨୮ ଅପ୍ରେଲ(ହି.ସ.) – ଆଜି ଭୋରରେ ସୋନପୁର-ବଲାଙ୍ଗୀର ରାସ୍ତା ହରଡୋଖୋଲ ନିକଟରେ ଏକ ଯାତ୍ରୀବାହୀ ବସ ଟ୍ରକକୁ ପଛ ପଟରୁ ଧକ୍କା ଦେବାରୁ ବସ୍ର ଚାଳକ ଓ ହେଲ୍ପରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଡ୍ରାଇଭର ଡ଼ମ୍ବରୁଧର ସ୍ୱାଇଁ ଓ ହେଲ୍ପର ଶିବ୍ରମ ଗୌଡ଼ । ସୂଚନା ଅନୁଯାୟୀ, ଆଜି ସକାଳେ ଯାତ୍ରୀବାହୀ ବସ୍ଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା । ହରଡୋଖୋଲ ନିକଟରେ ବସ୍ଟି ଟ୍ରକକୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ବସ୍ ଡ୍ରାଇଭର ଓ ହେଲ୍ପରଙ୍କର ମୃତ୍ୟୁଘଟି ଥିବା ଜଣାଯାଇଛି । ତେବେ ଏହି ଦୁର୍ଘଟଣାରେ ୪୦ଜଣ ଯାତ୍ରୀ ବର୍ତି ଯାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

......................................./ସମନ୍ୱୟ


 rajesh pande