ପ୍ରଥମ ଦିନରେ ୫ ପ୍ରାର୍ଥୀପତ୍ର ଦାଖଲ
ପୁରୀ, ୨୯ ଅପ୍ରେଲ (ହି.ସ.)- ପୁରୀ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ଡା. ସମ୍ବିତ ପାତ୍ର, ପିପିଲି ବିଧାନସଭ
ପ୍ରଥମ ଦିନରେ ୫ ପ୍ରାର୍ଥୀପତ୍ର ଦାଖଲ


ପୁରୀ, ୨୯ ଅପ୍ରେଲ (ହି.ସ.)- ପୁରୀ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ଡା. ସମ୍ବିତ ପାତ୍ର, ପିପିଲି ବିଧାନସଭା ଆସନରୁ ବିଜେପିର ଜିଲ୍ଲା ସଭାପତି ତଥା ବିଜେପିର ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ସୁନିଲ ମହାନ୍ତି ଓ ସ୍ଵାଧିନ ପ୍ରାର୍ଥୀ ହରେକୃଷ୍ଣ ସିଂହାରୀ, ସତ୍ୟବାଦୀ ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ପ୍ରମୁଖ ଆଜି ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ସମସ୍ତ ପ୍ରାର୍ଥୀ ନିଜର ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉପଜିଲ୍ଲାପାଳଙ୍କ ନିକଟରେ ୧୦୭ ନଂ ପୁରୀ ସଦର ନିର୍ବାଚନ ମଣ୍ଡଳିର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୧୦ ନଂ ପିପିଲି ପାଇଁ ଡେପୁଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପାଶ୍ୱର୍ରେ ଥିବା ହଲ୍ ରେ ପ୍ରାର୍ଥୀପତ୍ର ଦାଖଲ କରାଯାଉଛି । ସେହିପରି ସତ୍ୟବାଦୀ ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରାଯାଉଛି । ଲୋକସଭା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରାଯାଉଛି ।

ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ସମ୍ବିତ ପାତ୍ର ଆଜି ପୂର୍ବାହ୍ନରେ ଉତରା ଠାରୁ ଏକ ଶୋଭାଯାତ୍ରାରେ ବାହାରି ପିପିଲି, ସାକ୍ଷିଗୋପାଳ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଥିଲେ । ସେଠାରୁ ବଡ଼ଦାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଶୋଭାଯାତ୍ରାରେ ତାଙ୍କ ସହ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରିରୁ ବିଜେପି ବିଧାୟିକା ପ୍ରାର୍ଥୀନୀ ଉପାସନା ମହାପାତ୍ର, ରାଜ୍ୟ ଉପସଭାପତି ଶଙ୍କର୍ଷଣ ପରିଡାଙ୍କ ସହ ଅନ୍ୟାନ୍ୟ ନେତୃବୃନ୍ଦ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ ।

ସେହିପରି ସଞ୍ଜୟ ସାକ୍ଷିଗୋପାଳ ଠାରୁ ନିଜ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ


 rajesh pande