ଆମେଠିରୁ ଭାଜପା ଆଶାୟୀଙ୍କ ରୂପରେ ସ୍ମୃତି ଇରାନୀ କଲେ ନାମାଙ୍କନ
ଆମେଠି, ୨୯ ଅପ୍ରେଲ(ହି.ସ.) – କେନ୍ଦ୍ରମନ୍ତ୍ରୀ ଏବଂ ଆମେଠି ସାଂସଦ ସ୍ମୃତି ଜୁବିନ ଇରାନୀ ସୋମବାର ଦିନ କଲେକ୍ଟେଟ ଗୌରୀ
ଆମେଠିରୁ ଭାଜପା ଆଶାୟୀଙ୍କ ରୂପରେ ସ୍ମୃତି ଇରାନୀ କଲେ ନାମାଙ୍କନ


ଆମେଠି, ୨୯ ଅପ୍ରେଲ(ହି.ସ.) – କେନ୍ଦ୍ରମନ୍ତ୍ରୀ ଏବଂ ଆମେଠି ସାଂସଦ ସ୍ମୃତି ଜୁବିନ ଇରାନୀ ସୋମବାର ଦିନ କଲେକ୍ଟେଟ ଗୌରୀଗଞ୍ଜ ପହଂଚି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ କରିବା ସମୟରେ ତାଙ୍କ ସହିତ ତାଙ୍କ ପତି ଜୁବିନ ଇରାନୀ, ଉତର ପ୍ରଦେଶ ସରକାରର ରାଜ୍ୟମନ୍ତ୍ରୀ ମୟକେଶ୍ୱର ଶରଣ ସିଂହ ଏବଂ ଆମେଠୀର ଶିକ୍ଷା ଏବଂ ସମାଜସେବୀଙ୍କ ସହିତ ପ୍ରକାଣ୍ଡ ବିଦ୍ୱାନ ପଣ୍ଡିଜ ଜଗଦମ୍ବା ପ୍ରସାଦ ତ୍ରିପାଠୀ ମନୀଷୀ ନାମାଙ୍କନ କକ୍ଷରେ ଉପସ୍ଥିତ ରହିଥିଲେ ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନାମାଙ୍କନର ପୂର୍ବରୁ ନିଜ ଘର ମେନ୍ଦନ ମବଇରେ ଯଜ୍ଞପୂଜା କରିଛନ୍ତି । ଏହାପରେ ସେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ପହଂଚିଛନ୍ତି । ପାର୍ଟି କାର୍ଯ୍ୟାଳୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଆସିବା ପରେ ରଥରେ ସବାର ହୋଇ ସ୍ମୃତି ଇରାନୀ ଗୌରୀଗଞ୍ଜ ନଗରରେ ରୋଡ଼ ସୋ କରି କଲେକ୍ଟେଟ ପହଂଚିଛନ୍ତି । ଯେଉଁଠାରେ ସେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

......................................./ବନ୍ଦନା


 rajesh pande