ଆଠମଲ୍ଲିକ ମିଶ୍ରଣ ପର୍ବରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 29 ଏପ୍ରିଲ (ହି.ସ.) - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀ କୃତିବ
ଆଠମଲ୍ଲିକ ମିଶ୍ରଣ ପର୍ବରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 29 ଏପ୍ରିଲ (ହି.ସ.) - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀ କୃତିବାସପୁରରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ସିଦ୍ଧେଶ୍ୱର ସାହୁ, ସର୍ବେଶ୍ୱର ପ୍ରଧାନଙ୍କ ସମେତ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଶତାଧିକ ନେତା, କର୍ମୀ ଏବଂ ସମାଜସେବୀଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିବ କଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ବୁଥ ସ୍ତରରେ ଆମର ସଂଗଠନ ଆହୁରି ସୁଦୃଢ ହେବ । ମୋଦୀଙ୍କ ବାର୍ତାକୁ ଘରେ ଘରେ ପହଂଚାଇବା ପାଇଁ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande