ପ୍ରକାଶ ପାଇଲା ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି
ଭୁବନେଶ୍ୱର, ୨୮ ଅପ୍ରେଲ(ହି.ସ.) – ରାଜ୍ୟରେ ବିଧିବଦ୍ଧ ଭାବରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ(ସାମଗ୍ରିକ ଭାବେ ଦେଶରେ ଷଷ୍
ପ୍ରକାଶ ପାଇଲା ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି


ଭୁବନେଶ୍ୱର, ୨୮ ଅପ୍ରେଲ(ହି.ସ.) – ରାଜ୍ୟରେ ବିଧିବଦ୍ଧ ଭାବରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ(ସାମଗ୍ରିକ ଭାବେ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛିା

ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନରେ ମେ’ ୨୫ ତାରିଖରେ ନିର୍ବାଚନ ହେବ । ଏହି ସବୁ ଆସନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ । ମଇ ୭ ତାରିଖ(ମଙ୍ଗଳବାର) ଦିନ ପ୍ରାର୍ଥୀପତ୍ର ଯାଂଚ କରାଯିବ । ୨୦୨୪ ମଇ ୯ ତାରିଖ(ଗୁରୁବାର) ଦିନକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯିବ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୦୨୪ ମଇ ୨୫ ତାରିଖ(ଶନିବାର) ଦିନ ଅନୁଷ୍ଠିତ ହେବ ଏବଂ ୨୦୨୪ ଜୁନ୍ ୪ ତାରିଖ(ମଙ୍ଗଳବାର) ଦିନ ନିର୍ବାଚନ ଫଳ ଘୋଷଣା କରାଯିବ ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande