ମୃତକ ଡ୍ରାଇଭରଙ୍କ ପରିବାରକୁ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ
ଗଂଜାମ, ୨୯ ଅପ୍ରେଲ (ହି.ସ.)- ଗଂଜାମ ଜିଲ୍ଲା ଶେରଗଡ଼ ଶାଖା ଓଡିଶା ମୋଟର ଚାଳକ ସଂଘର ସଦସ୍ୟ ବାବୁଲା ପାଲିତଙ୍କ ଅକାଳ
ମୃତକ ଡ୍ରାଇଭର ପରିବାରକୁ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ


ଗଂଜାମ, ୨୯ ଅପ୍ରେଲ (ହି.ସ.)- ଗଂଜାମ

ଜିଲ୍ଲା ଶେରଗଡ଼ ଶାଖା ଓଡିଶା ମୋଟର ଚାଳକ ସଂଘର ସଦସ୍ୟ ବାବୁଲା ପାଲିତଙ୍କ ଅକାଳ ବିୟୋଗରେ ଶେରଗଡ଼ ଶାଖା ତରଫରୁ ଶାଖା ସଭାପତି ମେଘନାଦ ଦାସଙ୍କ ସଭାପତିତ୍ଵରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ବାବୁଲା ପାଳିତଙ୍କ ସ୍ମୃତି ଚାରଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମସ୍ତ ସଦସ୍ୟ ସମବେଦନା ଜଣାଇଥିଲେ। ଓଡିଶା ମୋଟର ଚାଳକ ସଂଘ ଶେରଗଡ଼ ଶାଖା ପକ୍ଷରୁ ସଂଗୃହିତ ୨୫ ହଜାର ଟଙ୍କା ସ୍ଵର୍ଗତ ବାବୁଲା ପାଲିତଙ୍କ ପତ୍ନୀ ବାସନ୍ତୀ ପାଲିତଙ୍କୁ ପ୍ରଦାନ କରାଯାଇଥିଲା।

ଶୋକସଭା ଓ ସହାୟତା ପ୍ରଦାନ ବେଳେ ମୋଟର ଚାଳକ ସଂଘ ଗଞ୍ଜାମ ଜିଲ୍ଲା ଉପ ସଭାପତି ପୁରୁଷୋତ୍ତମ ପ୍ରଧାନ, ଶେରଗଡ଼ ଶାଖା ଉପ ସଭାପତି ଅଶୋକ ସାହୁ, ପରିଚାଳନା କମିଟି ସଭ୍ୟ କୁନା ଗୌଡ଼, ଝୁଲିଆ ଗୌଡ଼, ସୁଶାନ୍ତ ଗୌଡ଼, ବାବୁ ନାୟକ, ରାମକୃଷ୍ଣ ବିଷୋୟୀ, ରବିନ୍ଦ୍ର ନାହାକଙ୍କ ସମେତ ସଂଘର ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande