ପଞ୍ଜାବରେ ଲୋକସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ତାଲିକା ଜାରି କଲା କଂଗ୍ରେସ
ନୂଆଦିଲ୍ଲୀ, ୨୯ ଅପ୍ରେଲ (ହି.ସ.)- କଂଗ୍ରେସ ସୋମବାର ପଞ୍ଜାବରେ ଲୋକସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ତାଲିକା ଜାରି
ପଞ୍ଜାବରେ ଲୋକସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ତାଲିକା ଜାରି କଲା କଂଗ୍ରେସ


ନୂଆଦିଲ୍ଲୀ, ୨୯ ଅପ୍ରେଲ (ହି.ସ.)- କଂଗ୍ରେସ ସୋମବାର ପଞ୍ଜାବରେ ଲୋକସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । କଂଗ୍ରେସ ମହାସଚିବ କେସି ବେଣୁଗାବାଲ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପାର୍ଟି ପଞ୍ଜାବର ଗୁରୁଦାସପୁରରୁ ସୁଖଜିନ୍ଦର ସିଂହ ରନ୍ଧୱାଙ୍କୁ ପ୍ରାର୍ଥୀ କରିଛି ।

ପ୍ରଦେଶ କଂଗ୍ରେସ ପ୍ରମୁଖ ଅମରିନ୍ଦର ସିଂହ ବରାଡ଼ ଲୁଧିଆନାରୁ ଲଢିବେ । ଖଡୁର ସାହିବରୁ କୁଲବୀର ସିଂହ ଜିରା ଏବଂ ଆନ୍ଦପୁର ସାହିବରୁ ବିଜୟ ଇନ୍ଦର ସିଂଗଲା ପ୍ରାର୍ଥୀ ହେବେ । ପଞ୍ଜାବରେ ଅନ୍ତିମ ପର୍ଯ୍ୟାୟରେ ୧ ଜୁନ୍ ରେ ଭୋଟ୍ ଗ୍ରହଣ ହେବ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande