ରାଜନାଥ ସିଂହ କଲେ ନାମାଙ୍କନ, ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପୁଷ୍କର ସିଂହ ଧାମୀ ରହିଲେ ଉପସ୍ଥିତରାଜନାଥ ସିଂହ ନାମାଙ୍କନ ପୂର୍ବରୁ ଲକ୍ଷେ୍ଣøରେ କଲେ ରୋଡ଼ ଶୋ
ଲକ୍ଷେ୍ଣø, ୨୯ ଅପ୍ରେଲ(ହି.ସ.) – ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଲକ୍ଷେ୍ଣø ଲୋକସଭା ବିଜେପି ପ୍ରାର୍ଥୀ ରୂପ
ରାଜନାଥ ସିଂହ କଲେ ନାମାଙ୍କନ, ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପୁଷ୍କର ସିଂହ ଧାମୀ ରହିଲେ ଉପସ୍ଥିତରାଜନାଥ ସିଂହ ନାମାଙ୍କନ ପୂର୍ବରୁ ଲକ୍ଷେ୍ଣøରେ କଲେ ରୋଡ଼ ଶୋ


ଲକ୍ଷେ୍ଣø, ୨୯ ଅପ୍ରେଲ(ହି.ସ.) – ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଲକ୍ଷେ୍ଣø ଲୋକସଭା ବିଜେପି ପ୍ରାର୍ଥୀ ରୂପେ କଲେକ୍ଟେଟ ପହଂଚି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପୂର୍ବରୁ ରାଜନାଥ ସିଂହ ଭାଜପା ପ୍ରଦେଶ କାର୍ଯ୍ୟାଳୟରୁ କଲେକ୍ଟେଟ ପର୍ଯ୍ୟନ୍ତ ରୋଡ଼ ଶୋ କରିଛନ୍ତି । ରୋଡ଼ ଶୋ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି ।

ସେହିପରି ମୋହନଲାଲଗଞ୍ଜ ଲୋକସଭାରେ ବିଜେପି ପ୍ରାର୍ଥୀ ରୂପେ କୌଶଲ କିଶୋର ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । କୌଶଲ କିଶୋର କେନ୍ଦ୍ରରେ ରାଜ୍ୟମନ୍ତ୍ରୀ ଅଟନ୍ତି । ସେଠାରେ ବିଜେପିର ଦ୍ୱିତୀୟ ଥର ନିର୍ବାଚନ ଲଢ଼ୁଛନ୍ତି । ରାଜନାଥ ସିଂହ ଲକ୍ଷେ୍ଣøରୁ ତୃତୀୟ ଥର ଲୋକସଭାର ନିର୍ବାଚନ ଲଢ଼ୁଛନ୍ତି । ନାମାଙ୍କନ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ଥିଲେ । ସୋମବାର ଦିନ ରାଜନାଥ ସିଂହ ସବୁଠାରୁ ପ୍ରଥମ ହନୁମାନ ସେତୁ ପହଂଚି ବଜରଙ୍ଗବାଲୀଙ୍କ ଦର୍ଶନ ପୂଜା କରିଛନ୍ତି । ଏହାପରେ ବିଜେପି କାର୍ଯ୍ୟାଳୟ ପହଂଚିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

......................................./ସମନ୍ୱୟ


 rajesh pande