ରେଲୱେ ଷ୍ଟେସନରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି
ହରିଚନ୍ଦନପୁର, ୨୯ ଅପ୍ରେଲ (ହି.ସ.)- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ରେଲୱେ ଷ୍ଟେସନରୁ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ
The dead body of an unknown old man was recovered from the railway station


ହରିଚନ୍ଦନପୁର, ୨୯ ଅପ୍ରେଲ (ହି.ସ.)- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ରେଲୱେ ଷ୍ଟେସନରୁ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ମୁତାବକ, ଆଜି ସକାଳ ୯ଟା ସମୟରେ ଷ୍ଟେସନରେ ଥିବା କର୍ମଚାରୀ ବୃଦ୍ଧ ଜଣକ ଏପରି ଅବସ୍ଥାରେ ପଡିଥିବା ଦେଖି ୧୦୮ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଥିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମୃତଦେହକୁ ଜବତ କରିଛି। ମୃତ୍ୟୁର କାରଣ ଓ ପରିଚୟ ଖୋଜିବାକୁ ଚେଷ୍ଟା ଜାରି ରଖିଛି । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଲୋକଲୋଚନକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରେମାନନ୍ଦ/ପ୍ରଦୀପ୍ତ/ସମନ୍ୱୟ


 rajesh pande