ବଲାଙ୍ଗିର ଜିଲ୍ଲାରେ ଲୋକସଭା ପାଇଁ ୨ ଓ ୫ ବିଧାନସଭା ଗୁଡିକ ପାଈଁ
ବଲାଙ୍ଗିର ୨୯ ଏପ୍ରିଲ ( ହି ସ) ବଲାଙ୍ଗିର ଜିଲ୍ଲା ରେ ଆଜି ବଲାଙ୍ଗିର ଲୋକସଭା ନର୍ବାଚନମଣ୍ଡଳୀ ପାଇଁ ଦୁଇଟି ନାମାଙ୍କନ
ବଲାଙ୍ଗିର ଜିଲ୍ଲାରେ ଲୋକସଭା ପାଇଁ ୨ ଓ ୫ ବିଧାନସଭା ଗୁଡିକ ପାଈଁ


ବଲାଙ୍ଗିର ୨୯ ଏପ୍ରିଲ ( ହି ସ) ବଲାଙ୍ଗିର ଜିଲ୍ଲା ରେ ଆଜି ବଲାଙ୍ଗିର ଲୋକସଭା ନର୍ବାଚନମଣ୍ଡଳୀ ପାଇଁ ଦୁଇଟି ନାମାଙ୍କନ ଦାଖଲ ହୋଇଛି। ଜିଲ୍ଳାର ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପାଟଣାଗଡ କୁ ଛାଡିଦେଲେ ବିଜେପି ୪ ଟି ପାଇଁ ଆଜି ପ୍ରାର୍ଥୀ ଦାଖଲ କରିଛି । ଲୋଇସିଂହା ରେ ଦୁଇଟି ପ୍ରାର୍ଥୀ ପତ୍ର ଆଜି ଦାଖଲ ହୋଇଚି।

ଆଜି ବଲାଙ୍ଗୀର ଜିଲ୍ଲାର ୬୯-ଟିଟିଲାଗଡ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଭାବେ ନବୀନ କୁମାର ଜୈନ ନିଜର ପ୍ରାର୍ଥୀପତ୍ର ରିଟର୍ଣ୍ଣଙ୍ଗ ଅଧିକାରୀ , ଉପଜିଲାପାଳ ରେହାନ୍ ଖେତ୍ରିଙ୍କ ପାଖରେ ଦାଖଲ କରିଛନ୍ତି । ସେହିପରି ଭାବେ ୭୦-କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଭାବେ ଲକ୍ଷ୍ମଣ ବାଗ ନିଜର ପ୍ରାର୍ଥୀପତ୍ର ରିଟର୍ଣ୍ଣଙ୍ଗ ଅଧିକାରୀ , ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ପାଖରେ ଦାଖଲ କରିଛନ୍ତି।

ପାଟଣାଗଡ଼ -କୌଣସି ନାମାଙ୍କନ ହୋଇନାହିଁ

ବଲାଙ୍ଗିର - ଗୋପାଳଜୀ ପାଣିଗ୍ରାହୀ

ଲୋଇସିଂହା - ମୁକେଶ ମହାଲିଙ୍ଗ

ଲାଲମନ ନାଗ (ଆମ୍ୱେଦକରାଇଟ ପାର୍ଟି ଅ ଉଁଫ ଇଣ୍ଡିଆ )

ବଲାଙ୍ଗୀର ଲୋକ ସଭା - ସୁନୀଲ କୁମାର ଭୋଇ (susi (c))

ସଂଗୀତା କୁମାରୀ ସିଂ ଦେଓ ବିଜେପି

ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ/ବନ୍ଦନା


 rajesh pande