ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବାକୁ ଆହ୍ବାନ
ସମ୍ବଲପୁର, ଏପ୍ରିଲ ୨୯ (ହି.ସ)– ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ
odia ashmita ku jagrata Kari odisha ku eka number kariba


odia ashmita ku jagrata Kari odisha ku eka number kariba


ସମ୍ବଲପୁର, ଏପ୍ରିଲ ୨୯ (ହି.ସ)– ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ବିଜେପି ସରକାର ହେବ । ଓଡ଼ିଶାରେ ସର୍ବାଧିକ ସିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଯିବ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ଆମ ରାଜ୍ୟ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବରେ ଗଢି ତୋଳିବା ପାଇଁ ବିଜେପିକୁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରଥମେ ଶ୍ରୀ ପ୍ରଧାନ ଏହି ନିର୍ବାଚନ ମଣ୍ଡଳୀର କୃତିବାସପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ସିଦ୍ଧେଶ୍ୱର ସାହୁ, ସର୍ବେଶ୍ୱର ପ୍ରଧାନଙ୍କ ସମେତ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଶତାଧିକ ନେତା, କର୍ମୀ ଏବଂ ସମାଜସେବୀଙ୍କୁ ଦଳରେ ସ୍ୱାଗତ କରିଥିଲେ । ପରେ ଠାକୁରପଡାରେ ଅନୁଷ୍ଠିତ ବିଶାଳ ରୋଡ ସୋ’ରେ ସାମିଲ ହୋଇ ବିଜେପିକୁ ଆଶୀର୍ବାଦ କରିବା ପାଇଁ ନିବେଦନ କରିଥିଲେ । ଏହା ପରେ ଠାକୁରପଡାରେ ଦଳ ପକ୍ଷରୁ ଅନୁଷ୍ଠିତ ପରିବର୍ତ୍ତନ ସମାବେଶ ଓ ମିଶ୍ରଣ ପର୍ବରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ତାଙ୍କ ଉପସ୍ଥିତିରେ ବିଜେଡି ନେତା ପ୍ରକାଶ ଡଙ୍ଗାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଶତାଧିକ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ଆଜିର ସମାବେଶ କେବଳ ପରିବର୍ତ୍ତନ ସମାବେଶ ନୁହେଁ । ଓଡ଼ିଆ ଅସ୍ମିତାର ସମାବେଶ, ସ୍ୱାଭିମାନ ଓ ବିକାଶ ସମାବେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଟିଭି ସାକ୍ଷାତକାରରେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଂକଟରେ ଅଛି ବୋଲି କହିଛନ୍ତି । ଓଡ଼ିଶା ନିର୍ବାଚନର ପ୍ରସଙ୍ଗକୁ ସେ ସ୍ପଷ୍ଟ କରିସାରିଛନ୍ତି । ଏଥର ନିର୍ବାଚନ ପରିବର୍ତ୍ତନର ସୂଚନା ଦେଉଛି । ଆମେ ସମସ୍ତେ ଯୋଡି ଫୁଲରେ ଭୋଟ ଦେଇ ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନକୁ ସୁରକ୍ଷିତ ରଖିବା । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାକୁ ସବୁଠୁ ଧନୀ ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କାମ କରିବା ପାଇଁ ସୁଯୋଗ ଦେବା । ଏହାକୁ ସାକାର କରିବା ପାଇଁ ବିଜେପି ସହ ଓଡ଼ିଶାବାସୀ ଅଛନ୍ତି । ମୋଦୀଙ୍କ ଉପରେ ହିଁ ବିଶ୍ୱାସ ଅଛି, ମୋଦୀଙ୍କ ଠାରୁ ହିଁ ଆଶା ଅଛି । ମା’, ଭଉଣୀ ଓ ଆପଣ ସମସ୍ତଙ୍କ ଆଶୀର୍ବାଦ ସହ ଅଭୁତପୂର୍ବ ଜନସମର୍ଥନ ହିଁ ମୋର ସବୁଠାରୁ ବଡ଼ ପୁଞ୍ଜି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଉଥିବା ସୁବିଧା ଗାଁ ଗହଳିରେ ଲୋକେ ପାଉଛନ୍ତି କି ? ପିଇବା ପାଣି ପାଉଛନ୍ତି କି ? ଜଳସେଚନ ହେଉଛି କି ? ସ୍କୁଲରେ ଶିକ୍ଷକ ଏବଂ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଅଛନ୍ତି କି? ସବୁ ବ୍ଲକରେ ଦୁର୍ନୀତି ହେଉଛି । ବିନା ଲାଞ୍ଚରେ କିଛି କାମ ହେଉନାହିଁ । ଲୁଟ୍ ହେଉଥିବାରୁ ଅପାର ସମ୍ଭାବନାର ରାଜ୍ୟରେ ବିକାଶ ହେଉନାହିଁ । ରୋଜଗାର ଉପଲବ୍ଧ କରିବାରେ ଓଡ଼ିଶା ବିଫଳ ହୋଇଛି । ମହିଳା ସୁରକ୍ଷାରେ ରାଜ୍ୟ ଶେଷ ତାଲିକାରେ ଅଛି। ସେହିପରି ଆଜି ପୁରୀ ସହରରେ ହଇଜା ହୋଇଛି । ଏପ୍ରିଲ ମାସରେ ହଇଜା ହେବା କ’ଣ ବିକାଶ କୁହାଯିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନବୀନ ପଟ୍ଟନାୟକ ଭିଡିଓରେ ଅଛନ୍ତି । ଓଡ଼ିଆ ଲୋକଙ୍କୁ ଘୃଣା କରୁଥିବା ଲୋକମାନଙ୍କ ହାତରେ ଓଡ଼ିଶାର ରିମୋର୍ଟ ଅଛି । ଓଡ଼ିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥକୁ ଲୁଟ କରୁଥିବା ଲୋକମାନଙ୍କୁ ପ୍ରଶ୍ନ କଲେ ନାଲି ଆଖି ଦେଖାଉଛନ୍ତି । ଦିନେ ରାବଣ ଓ କଂସର ମଧ୍ୟ ଏହିପରି ଅହଙ୍କାର ଥିଲା । ଲୋକମାନେ ତାଙ୍କର ଗର୍ବ ଓ ଅହଙ୍କାରକୁ ଭଙ୍ଗ କରିବେ । ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କୁ କାମ କରାଇଦେଲେ ନାହିଁ । ବିଜେପି ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କ ସ୍ଥାନ ଜେଲ ଭିତରେ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଦଳରେ ଯୋଗଦେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଥିଲେ ସେ କହିଛନ୍ତି ଯେ ବିଜୁ ଜନତା ଦଳ ଓ କଂଗ୍ରେସ ଦଳରୁ ଆସିଥିବା କର୍ମୀଙ୍କୁ ସ୍ଵାଗତ କରି ଖୁସି ଅନୁଭବ କରୁଛି । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବାରୁ ଧନ୍ୟବାଦ । ବୁଥ ସ୍ତରରେ ଆମର ସଂଗଠନ ଆହୁରି ସୁଦୃଢ ହେବ । ମୋଦୀଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଆଠମଲ୍ଲିକର ପ୍ରସିଦ୍ଧ ତିଳେଶ୍ୱର ମା'' ପଥରପୁଞ୍ଜି ମନ୍ଦିରରେ ଦର୍ଶନ ଲାଭ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ /ବନ୍ଦନା


 rajesh pande