୩ରେ ପୁଣି ଓଡିଶା ଆସିବେ ରାହୁଲ
ଭୁବନେଶ୍ୱର, 29 ଏପ୍ରିଲ (ହି.ସ.) - ଆସନ୍ତା ମଇ ୩ ତାରିଖରେ ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ । ଏଥର କଂଗ୍ରେସର ପୂର୍
୩ରେ ପୁଣି ଓଡିଶା ଆସିବେ ରାହୁଲ


ଭୁବନେଶ୍ୱର, 29 ଏପ୍ରିଲ (ହି.ସ.) - ଆସନ୍ତା ମଇ ୩ ତାରିଖରେ ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ । ଏଥର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାୟଗଡାରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେହିପରି ୫ ତାରିଖ କିମ୍ବା ୯ ତାରିଖରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବେ । ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ସଭା କରିବେ ବୋଲି ସୂଚନା ମିଳିଛି । ରାହୁଲ ଗାନ୍ଧୀଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଓଡିଶା ଆସିବେ ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande