ଫୁଲବାଣୀ ପୌରାଞ୍ଚଳରେ ଵିଜେଡିର ପ୍ରଚାର
କନ୍ଧମାଳ, ୩୦ ଅପ୍ରେଲ (ହି.ସ.)- ଫୁଲବାଣୀ ପୌରାଞ୍ଚଳରେ ବିଜୁ ଜନତାଦଳ(ଵିଜେଡି)ର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ସୋ
ଫୋଟ


ଫୋଟ


ଫୋଟ


ଫୋଟ


କନ୍ଧମାଳ, ୩୦ ଅପ୍ରେଲ (ହି.ସ.)- ଫୁଲବାଣୀ ପୌରାଞ୍ଚଳରେ ବିଜୁ ଜନତାଦଳ(ଵିଜେଡି)ର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ସୋମବାର କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକା ପ୍ରାର୍ଥୀ ଜୟଶ୍ରୀ କହଁର ବିଦ୍ଧି ବଧ ଭାବେ ଦଧିବାବନ ମନ୍ଦିର ଓ ବରାଳ ଦେବି ମନ୍ଦିର ରେ ପୂଜା କରି ଏକ ବିଶାଳ ଵାଇକ ଶୋଭାଯାତ୍ରାରେ ଫୁଲବାଣୀ ସହରର ମାଦିକୁନ୍ଦା ଛକରୁ ବାହାରି ବିଜୁ ପଟ୍ଟନାୟକ ଛକ,କୋର୍ଟ ଛକ ଓ ଜଗନ୍ନାଥ ମନ୍ଦିର ଛକ ଦେଇ ପୌରାଞ୍ଚଳର ବିଭିନ୍ନ ୱାର୍ଡ ପରିକ୍ରମା କରି ପଥ ପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ଭୋଟର ଙ୍କୁ ଭୋଟ ଭିକ୍ଷା କରି ଥିଲେ। ଶ୍ରୀ ସାମନ୍ତ ଓ ଶ୍ରୀମତୀ କହଁର ପ୍ରଥମେ ବିଜୁ ପଟ୍ଟନାୟକ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇ ସାମନ୍ତ କହିଥିଲେ, ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ପ୍ରଗତିର ରଥ ଆଗେଇ ଚାଲିଛି। ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ସମସ୍ତେ ଆଶୀର୍ବାଦ ପ୍ରଦାନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଫୁଲବାଣୀ ସହରକୁ ଏକ ଉନ୍ନତ ସହରରେ ପରିଣତ କରିବା ସହ କନ୍ଧମାଳ ଜିଲ୍ଲାକୁ ଏକ ଉନ୍ନତ ଜିଲ୍ଲାରେ ପରିଣତ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ଅଚ୍ୟୁତ ସାମନ୍ତ କହିଥିଲେ। ଉଭୟ ସାଂସଦ ପ୍ରାର୍ଥୀ ଓ ଫୁଲବାଣୀ ବିଧାୟିକା ପ୍ରାର୍ଥୀଙ୍କୁ ସହଯୋଗ ଓ ସମର୍ଥନ ଯୋଗାଇ ଦେବା ସହ ଶଙ୍ଖ ଚିହ୍ନରେ ଉଭୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଏହି ବାଇକ୍ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କନ୍ଧମାଳ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ବିଜୟ ନାୟକ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କର୍ଣ୍ଣ, ମହିଳା ବିଜେଡ଼ି ରାଜ୍ୟ ସାଧାରଣ ସଂପାଦିକା ପୁନମ କହଁର, ବରିଷ୍ଠ ବିଜେଡ଼ି ନେତା କମଳାକାନ୍ତ ପାଣ୍ଡେ,ଆଡଭୋକେଟ ଶିବ ତ୍ରିପାଠୀ, ଫୁଲବାଣୀ ପୋୖର ପରିଷଦ ଉପାଧ୍ୟକ୍ଷା ପାୟଲ ବେହେରାଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ପରେ ସାମନ୍ତ ବିଶିପଡ଼ାରେ ଆୟୋଜିତ ରାମଲୀଳା ମହୋତ୍ସବରେ ଯୋଗଦେଇଥିଲେ। ଏହି ଵାଇକ ଶୋଭାଯାତ୍ରାରେ ଫୁଲବାଣୀ ର ୧୩ ଟି ୱାର୍ଡ ରୁ ଏକ ହଜାରରୁ ଉର୍ଦ୍ଧ୍ଵ ମୋଟରସାଇକେଲ ସାମିଲ ହୋଇଥିଲା।/ସମନ୍ୱୟ


 rajesh pande