ଶୋଷ ମେଣ୍ଟାଉଛି ରେମାଳ ନଦୀ ଜଳ, ବସୁଧା ଯୋଜନା ଅଚଳ
ଘଟଗାଁ, ୩୦ ଅପ୍ରେଲ (ହି.ସ.)- ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଏହି ଯୋଜନା ସବୁ ପ୍ରାୟ ଅଧିକାଂଶ
ଶୋଷ ମେଣ୍ଟାଉଛି ରେମାଳ ନଦୀ ଜଳ
 ବସୁଧା ଯୋଜନା ଅଚଳ


ଘଟଗାଁ, ୩୦ ଅପ୍ରେଲ (ହି.ସ.)- ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଏହି ଯୋଜନା ସବୁ ପ୍ରାୟ ଅଧିକାଂଶ ସମୟରେ ପ୍ରଶାସନିକ ଅଧିକାରୀ ଓ ଦାୟୀତ୍ଵରେ ଥିବା କର୍ମଚାରୀ ମାନଙ୍କ ଆନ୍ତରିକତାର ଅଭାବ ଯୋଗୁ ଫେଲ ମାରୁଥିବା ବେଳେ ପ୍ରଚାର ବେଶି ହେଉଥିବା ଦେଖିବାକୁ ମିଳଛି। ଦୀର୍ଘ ୨୫ ବର୍ଷର ସ୍ଥିର ଶାସନରେ ବିକାଶର ଡେଙ୍ଗୁରା ପିଟୁଥିବା ବେଳେ ପ୍ରକୃତରେ ବିକାଶର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଘଷିପୁରା ବ୍ଲକ୍ ଦରଡିପାଳ ଗ୍ରାମରେ ଅଚଳ ହୋଇ ପଡିଥିବା ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଏହା ସ୍ପଷ୍ଟ। ଉଦଘାଟନ ପରେ ଏହା ଅଚଳ ହୋଇପଡିଛି। ଯାହା ଫଳରେ ଗ୍ରାମବାସୀଙ୍କ ପାଇଁ ରେମାଳ ନଈର ଚୁଆ ପାଣି ଭରଷା ହେଇଥିବା ଦେଖିବାକୁ ମିଳିଛି। ଏ ହେଉଛି ରାଜ୍ୟ ସରକାରଙ୍କର ବଡ ବଡ ହୋଡିଂ ଓ କାନ୍ଥରେ ଯୋଜନାର ପ୍ରଚାର। ଆଉ ଏ ଦୃଶ୍ୟ ହେଉଛି ଦରଡିପାଳ ଗ୍ରମରେ ଅଚଳ ହୋଇ ପଡ଼ିଥିବା ବସୁଧା ଯୋଜନା ପ୍ରକଳ୍ପର ଦୃଶ୍ୟ ଘଷିପୁରାର ପୁର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ୨୦୧୩ ମସିହାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ, ଆଉ ମାତ୍ର ୬ ଦିନ ପରେ ପାଇପ୍ ଫାଟିଯିବାରୁ ଅଚଳ ହୋଇଗଲା ପ୍ରକଳ୍ପ। ଯାହା ଫଳରେ ସେବେଠାରୁ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ରେମାଳ ଜଳ । ନଦୀ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ନିମ୍ନ ମାନର କାମ ହୋଇଥିବାରୁ ମାତ୍ର ୬ ଦିନରେ ପାଇପ୍ ଫାଟିଗଲା, ଆଉ ସେବେଠୁ ଅଚଳ ହୋଇ ପଡ଼ିରହିଲା ପ୍ରକଳ୍ପ, ସେତେବେଳେ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ କିଛି ଲାଭ ନ ମିଳିବାରୁ ବାଧ୍ୟ ହୋଇ ନଈରେ ଚୁଆ ଖୋଳି, ଗିନା ସାହାଯ୍ୟରେ ପାଣି ବାହାର କରି ନଈ ପାଣିକୁ ପାନୀୟ ଜଳ ରୂପ ବ୍ୟବହାର କରୁଛନ୍ତି। ଫଳରେ ବିଭିନ୍ନ ସମୟରେ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ନଈ ଦୂର ହୋଇଥିବାରୁ କେହି କେହି ଚାଲି ଚାଲି ତ ଆଉ କେହି ସାଇକେଲ ମାଧ୍ୟମରେ ପାଣି ନେଉଛନ୍ତି। କିଛି ଦିନ ପୂର୍ବରୁ ଅଚଳ ପ୍ରକଳ୍ପକୁ କିଛି ଠିକାଦାର ୫-ଟି ରଙ୍ଗରେ ରଙ୍ଗେଇ ଦେଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ଯାହାଫଳରେ ଲୋକଙ୍କ ମନରେ ଅଷନ୍ତୋସ ଦେଖାଦେଇଛି। କେବଳ ଦରଡିପାଳ ଗ୍ରାମରେ ନୁହେଁ ବରଂ ଘସିପୁରା ବ୍ଲକର କେଶଦୁରାପାଳ, ବଡ଼ ପଦନା, ତରିମୂଳ, ଦେଓଗାଁ, ଓସ୍ତପୁରା ପ୍ରଭୃତି ଗ୍ରାମରେ ବସୁଧା ଯୋଜନା ପ୍ରକଳ୍ପ ଅଚଳ ଅବସ୍ଥାରେ ଥିବା ଦେଖିବା ପାଇଁ ମିଳୁଛି, ଯାହାକି ରାଜ୍ୟରେ ୨୫ ବର୍ଷର ବିଜେଡ଼ି ସରକାରଙ୍କ ବିକାଶ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ପ୍ରଦୀପ୍ତ/ସମନ୍ୱୟ


 rajesh pande