ଜାତୀୟ କବାଡି ପ୍ରତିଯୋଗିତାର ଖେଳାଳି ସମ୍ବର୍ଦ୍ଧିତ
ସମ୍ବଲପୁର, ୩୦ ଅପ୍ରେଲ (ହି.ସ.)- ବଏଜ ଏସୋସିଏସନ, କୁଞ୍ଜେଲପଡା ତରଫରୁ ଜାତୀୟ କବାଡି ପ୍ରତିଯୋଗିତାରେ ଭାଗନେଇଥିବା ଖେ
ଜାତୀୟ କବାଡି ପ୍ରତିଯୋଗିତାର ଖେଳାଳି ସମ୍ବର୍ଦ୍ଧିତ


ସମ୍ବଲପୁର, ୩୦ ଅପ୍ରେଲ (ହି.ସ.)- ବଏଜ ଏସୋସିଏସନ, କୁଞ୍ଜେଲପଡା ତରଫରୁ ଜାତୀୟ କବାଡି ପ୍ରତିଯୋଗିତାରେ ଭାଗନେଇଥିବା ଖେଳାଳି ମାନଙ୍କୁ ସ୍ତାନୀୟ ବ୍ରଜ ମୋହନ ପାର୍କ ଠାରେ ସମ୍ବର୍ଦ୍ଧିତ କରାଯାଇଛି। ବିହାରର ପାଟନା ଠାରେ ଅନୁଷ୍ଠିତ ୩୩ତମ ଉପ କନିଷ୍ଠ ଜାତୀୟ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରିଥିବା ଖେଳାଳି ଅମନ ସ୍ଵାଇଁ ଲଷ୍ମୀପ୍ରିୟା ପାଣ୍ଡେ , ଶ୍ରାବଣୀ ମହାକୁର ଜ୍ୟୋତିର୍ମୟୀ ଭୋଇ, ସ୍ନେହା ଢଙ୍ଗଡ଼ା ମାଝୀଙ୍କୁ ଏହି ଅବସରରେ ଉତ୍ତରୀୟ ଏବଂ ପୁଷ୍ପଗୁୁଚ୍ଛ ପ୍ରଦାନ ପୂର୍ବକ

ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପ୍ରଫେସର ଶଙ୍କର ପ୍ରସାଦ ପତି ଯୋଗ ଦେଇଥିଲା ବେଳେ ପ୍ରଫେସର ପ୍ରେମ ରଞ୍ଜନ ପ୍ରଧାନ ସଭାପତିତ୍ବ କରିଥିଲେ। ସମ୍ପାଦକ ଶୁଭ୍ରାଂଶୁ ପଣ୍ଡା ସଭା ପରିଚାଳନା କରିଥିଲେ। କିରଣ ସେଠ, ଚମାର ମଲ୍ଲିକ, ସୁନୀଲ ମିଶ୍ର, ପ୍ରଦୀପ ପ୍ରଧାନ, ଝରଣା ଡନସନା , ନିତ୍ୟାନନ୍ଦ ମହାନ୍ତି,ପ୍ରୟାସ ଡନସନl, ସତ୍ୟ ନାରାୟଣ ଠାକୁର,ଅମିତ କୁମାର ସ୍ଵାଇଁ, ପ୍ରଦୀପ ଗୁରୁ, ସନ୍ତୋଷ ଖୁଣ୍ଟିଆ, ବିଶ୍ଵଜିତ ପଟ୍ଟନାୟକ, ଉମାପତି ତ୍ରିପାଠୀ, ରାଜେଶ ସେଠ, ପ୍ରଶାନ୍ତ କାଲୋ ଏବଂ କୋଚ ଶ୍ରୀକାନ୍ତ ବାରିକ ଓ ପ୍ରତୀକ ପ୍ରଧାନ ଏବଂ ଖେଳାଳୀ ତଥା ଅଭିଭାବକ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande