ଫୁଲବାଣୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଦେବେନ୍ଦ୍ର କହଁର
କନ୍ଧମାଳ, ୩୦ ଅପ୍ରେଲ (ହି.ସ.)- ଚଳିତ ସାଧାରଣ ନିର୍ବାଚନ ପାଇଁ ଫୁଲବାଣୀ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଦାଖଲର ଚତୁର
ଫୋଟ


ଫୋଟ


ଫୋଟ


ଫୋଟ


କନ୍ଧମାଳ, ୩୦ ଅପ୍ରେଲ (ହି.ସ.)- ଚଳିତ ସାଧାରଣ ନିର୍ବାଚନ ପାଇଁ ଫୁଲବାଣୀ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିବସରେ ଫୁଲବାଣୀ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୋମବାର ମିଳିଥିବା ସୂଚନା ଅନୁସାରେ ଏହି ଆସନ ପାଇଁ ସମୁଦାୟ ତିନି ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରମୂଖ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର। ସେ ସମାଜବାଦୀ ଦଳ ପକ୍ଷରୁ ସ୍ଵାଧୀନ ଭାବେ ସାଇକେଲ ଚିହ୍ନରେ ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ବାଜା ବାଜଣା ଓ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେହିପରି ଆମ ବିକାଶ ଦଳ(ଆଞ୍ଚଳିକ ଦଳ ) ପକ୍ଷରୁ ହିମାଂଶୁ କହଁର ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନା ରାସ୍ତା ଦଳିୟ କର୍ମୀ ଓ ଜନସମୁହ ଦ୍ଵାରା ଲୋକାରଣ୍ୟ ହୋଇଯାଇଥିଲା । ତେବେ ଆଜିର ଚତୁର୍ଥ ଦିବସ ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ପ୍ରଦୀପ୍ତ/ସମନ୍ୱୟ


 rajesh pande