ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ବାଲେଶ୍ଵର, ଭୁବନେଶ୍ଵର ଏବଂ କଟକ ସହରକୁ ରେଡ୍ ଆଲର୍ଟ ଜାରି
ଭୁବନେଶ୍ଵର, ୩୦ ଅପ୍ରେଲ (ହି.ସ.)- ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ତିନି ସହରକୁ ରେଡ୍ ଆଲର୍ଟ ଜାରି କରିଛି ଭୁବ
ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ବାଲେଶ୍ଵର, ଭୁବନେଶ୍ଵର ଏବଂ କଟକ ସହରକୁ ରେଡ୍ ଆଲର୍ଟ ଜାରି


ଭୁବନେଶ୍ଵର, ୩୦ ଅପ୍ରେଲ (ହି.ସ.)- ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ତିନି ସହରକୁ ରେଡ୍ ଆଲର୍ଟ ଜାରି କରିଛି ଭୁବନେଶ୍ଵର ପାଣିପାଗ କେନ୍ଦ୍ର । ସେହି ସହର ଗୁଡିକ ହେଲା ବାଲେଶ୍ଵର, ଭୁବନେଶ୍ଵର ଏବଂ କଟକ ।

ଆଜି ୧୧ ଟା ୩୦ ସୁଦ୍ଧା ବାଲେଶ୍ଵର ସହରରେ ୪୪.୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ଵରରେ ୪୩ ଡ଼ିଗ୍ରୀ ଅତିକ୍ରମ କରିଛି ତାତି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande