ଫୁଟବଲ ପଡିଆ ସାଜିଛି ରାସଲୀଳା ସ୍ଥଳୀ, ଲଜ୍ଜାରେ ଚାଲିବାକୁ ଯାଇ ପାରୁନାହାନ୍ତି ଲୋକେ ବଢୁଛି ଅସାମାଜିକଙ୍କ ଅଡ୍ଡାସ୍ଥଳୀ, କାର୍ଯ୍ୟାନୁଷ୍ଠାନ ଦାବି ।
ବଲାଣି, ୩୦ ଅପ୍ରେଲ (ହି.ସ.)- ବଲାଣି ଥାନା ଅନ୍ତର୍ଗତ ବଲାଣି ଖଣି ଟାଉନସିପ୍ ସ୍ଥିତ ଫୁଟବଲ ପଡିଆରେ ସନ୍ଧ୍ୟା ହେଲେ ଲୋକ
ଆ


ବଲାଣି, ୩୦ ଅପ୍ରେଲ (ହି.ସ.)- ବଲାଣି ଥାନା ଅନ୍ତର୍ଗତ ବଲାଣି ଖଣି ଟାଉନସିପ୍ ସ୍ଥିତ ଫୁଟବଲ ପଡିଆରେ ସନ୍ଧ୍ୟା ହେଲେ ଲୋକେ ଚଲାବୁଲା କରିବାକୁ ଲଜ୍ଜା ଅନୁଭବ କରୁଛନ୍ତି । ଏହା ବ୍ୟତୀତ ଏଠାରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହେଉଛି । ଏନେଇ ସ୍ଥାନୀୟ ପୁଲିସ ନିକଟରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ପୁଲିସ ନିରବଦ୍ରଷ୍ଟା ସାଜିଛି । ଫୁଟବଲ ପଡିଆ ଠାରେ କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ଆଲୋକ ବ୍ୟବସ୍ଥା ନଥିବାରୁ ଏହି କିଛି ଦିନ ହେଲା ଅସାମାଜିକ କାର୍ଯ୍ୟକଳାପର ପେଣ୍ଠସ୍ଥଳୀ ପାଲଟିଛି । ଅଞ୍ଚଳର କିଛି ଅସାମାଜିକ ଯୁବକଯୁବତୀ ଅନ୍ଧକାରର ସୁଯୋଗ ନେଇ ପଡିଆରେ ଅସଂଯତ ଅବସ୍ଥାରେ ରହୁଥିବାରୁ ଲୋକେ ପଡିଆରେ ବ୍ୟାୟାମ ଓ ଚଲାବୁଲା କରିବାକୁ ଯିବାକୁ ଲଜ୍ଜା ଅନୁଭବ କରୁଛନ୍ତି । ଏହା ବ୍ୟତୀତ କିଛି ଅସମାଜିକ ବ୍ୟକ୍ତି ସେଠାରେ ଖୋଲାଖୋଲି ଭାବରେ ମଦ୍ୟପାନ କରିବା ସହିତ କିଛି ଯୁବଗୋଷ୍ଠୀ ସେଠାରେ ବିଭିନ୍ନ ମାଦକ ଦ୍ରବ୍ୟ ସେବନ କରୁଥିବାରୁ ପରିବାର ସହିତ ଲୋକେ ପଡ଼ିଆରେ ଚଲାବୁଲା କରିବାକୁ ଅସୁରକ୍ଷିତ ମଣୁଛନ୍ତି । ତେବେ ବଲାଣି ଖଣି ପକ୍ଷରୁ ପଡ଼ିଆରେ ଆବଶ୍ୟକୀୟ ଆଲୋକ ବ୍ୟବସ୍ଥା ସହିତ ପୁଲିସ ଲଗାତାର ଭାବେ ପେଟ୍ରୋଲିଂ କଲେ ଲୋକେ ପଡ଼ିଆର ସଦୁପଯୋଗ କରିପାରିବେ ବୋଲି ଦାବି ହେଇଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande