ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା- ମୋର କର୍ତ୍ତବ୍ୟ: ବାବୁ ସିଂ
ଭୁବନେଶ୍ୱର, 02 ମଇ (ହି.ସ.) ଦିନକୁ ଦିନ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତି ବୃଦ୍ଧି କରିବାରେ ଲାଗିଛି। ବ
ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା- ମୋର କର୍ତ୍ତବ୍ୟ: ବାବୁ ସିଂ


ଭୁବନେଶ୍ୱର, 02 ମଇ (ହି.ସ.) ଦିନକୁ ଦିନ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତି ବୃଦ୍ଧି କରିବାରେ ଲାଗିଛି। ବିଜେପି କୁ ନିର୍ବାଚନ ମଣ୍ଡଳୀରେ ବିପୁଳ ଜନସମର୍ଥନ ଦେଖିବାକୁ ମିଳୁଛି। ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ସୁନ୍ଦରପଦା କପିଳପ୍ରସାଦ ରେ ଆୟୋଜିତ ବିଶାଳ ପଦଯାତ୍ରା ରେ ହଜାର ହଜାର ସଂଖ୍ୟାରେ ଲୋକ ଯୋଗଦେଇଥିଲେ।ଆଜିର ପଦଯାତ୍ରା ରେ ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ବେଶ ଉତ୍ସାହିତ ଥିଲେ। ପଦଯାତ୍ରା ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଥିଲେ।ପଦଯାତ୍ରା ରେ ବାବୁ ସିଂ ଓ ଅପରାଜିତା ଷଡ଼ଙ୍ଗୀ ଙ୍କୁ ବିଭିନ୍ନ ସ୍ଥାନରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଜନସାଧାରଣ। ଏହି ପରିପ୍ରେକ୍ଷୀରେ ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି ଯେ, ନିର୍ବାଚନକୁ ସମସ୍ତେ ରଣାଙ୍ଗନ କହୁଥିବା ବେଳେ ମୁଁ କହେ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିବାର ମାଧ୍ୟମ। ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି।ମନରେ ଅନେକ ସଂକଳ୍ପ ନେଇ ମଇଦାନକୁ ଓହ୍ଲେଇଛି l ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା- ମୋର କର୍ତ୍ତବ୍ୟ lଅନ୍ୟାୟ ବିରୁଦ୍ଧରେ ବର୍ଷ ସାରା ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସାହସୀ ଉଦ୍ୟମ , ଅନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଯୋଗୁଁ ଦଳ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ ଶକ୍ତି ବୃଦ୍ଧି କରିଛି । ଚବିଶି ବର୍ଷ ଧରି ଗୋଟେ ସରକାର ଏକାମ୍ର ବାସୀଙ୍କୁ ଠକି ଚାଲିଛି। ବିଜେଡ଼ି ର ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିଯ୍ୟାତନା ବିରୋଧରେ ଏଥର ସାଧାରଣ ଲୋକ ସ୍ୱର ଉଠା ଉଛନ୍ତି। ଏଥର ଏକାମ୍ର ବାସୀ ହକ ପାଇଁ, ଅଧିକାର ପାଇଁ ଲଢ଼ିବେ। ଭୁବନେଶ୍ୱର ବାସୀ ନିଷ୍ପତି ନେଇଛନ୍ତି ଏଥର ଏକାମ୍ର ନିର୍ବାଚନ ମଣ୍ଡଳୀ ରୁ ପରିବର୍ତ୍ତନ ବାର୍ତା ସାରା ଓଡ଼ିଶାକୁ ଦେବେ। ଏ ନିର୍ବାଚନ ମୁଁ ଲଢ଼ୁ ନାହିଁ ଲଢ଼ୁଛନ୍ତି ଏକାମ୍ର ନିର୍ବାଚନ ମଣ୍ଡଳୀର ଜନସାଧାରଣଏକାମ୍ର ନିର୍ବାଚନ ମଣ୍ଡଳୀର ଅସ୍ମିତା ପାଇଁ ସ୍ୱାଭିମାନ ପାଇଁ ଲଢ଼େଇ ହେବ ଏଥର।ବିଶ୍ୱାସ ଅଛି ଏଥର ଏକାମ୍ର ରେ ବିଜେପି ବିପୁଳ ଭୋଟ ରେ ବିଜୟ ଲାଭ କରିବ ବୋଲି ଶ୍ରୀ ସିଂ କହିଛନ୍ତି।

ଆଜିର ଏହି ପଦଯାତ୍ରା ନାରୀନେତ୍ରୀ ରଶ୍ମି ମହାପାତ୍ର, ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, କର୍ପୋରେଟର ମଧୁସ୍ମିତା ପ୍ରଧାନ, ସୁନ୍ଦରପଦା କପିଳପ୍ରସାଦ ର ସମସ୍ତ ଗ୍ରାମ ବାସୀ ଓ ଦଳୀୟ ନେତୃବୃନ୍ଦ ଙ୍କ ସହ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଏକାମ୍ର ରେ ପରିବର୍ତନ ର ବାର୍ତା ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande