ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସ୍ଥାନରେ ତାପମାତ୍ରା ୩୨ ଡ଼ିଗ୍ରୀ ଉପରେ : ବାଲେଶ୍ଵରରେ ସର୍ବାଧିକ ୪୦.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼
ଭୁବନେଶ୍ଵର, ୨ ମଇ (ହି.ସ.)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସ୍ଥା
ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସ୍ଥାନରେ ତାପମାତ୍ରା ୩୨ ଡ଼ିଗ୍ରୀ ଉପରେ : ବାଲେଶ୍ଵରରେ ସର୍ବାଧିକ ୪୦.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼


ଭୁବନେଶ୍ଵର, ୨ ମଇ (ହି.ସ.)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସ୍ଥାନରେ ତାପମାତ୍ରା ୩୨ ଡ଼ିଗ୍ରୀ ଉପରେ ରହିଛି । ବାଲେଶ୍ଵରରେ ସର୍ବାଧିକ ୪୦.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।

ସେହିପରି ଝାରସୁଗୁଡ଼ାରେ ୪୦ ଡ଼ିଗ୍ରୀ, କେନ୍ଦୁଝରରେ ୪୦ ଡ଼ିଗ୍ରୀ, ସମ୍ବଲପୁରରେ ୩୯.୭ ଡ଼ିଗ୍ରୀ, ହୀରାକୁଦରେ ୩୯ ଡ଼ିଗ୍ରୀ, ରାଉରକେଲାରେ ୩୮.୪ ଡ଼ିଗ୍ରୀ, ଭୁବନେଶ୍ଵରରେ ୩୮ ଡ଼ିଗ୍ରୀ, ପୁରୀରେ ୩୩.୬ ଡ଼ିଗ୍ରୀ, ପାରାଦୀପରେ ୩୨.୪ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୨.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ବନ୍ଦନା


 rajesh pande