ଭଣ୍ଡାରିପୋଖରୀ ବିଧାନସଭା ଆସନ, ଶେଷରେ ସୁଧାଂଶୁଙ୍କୁ ଭରସା କଲା ବିଜେପି
ଭଦ୍ରକ, ୨ ମଇ (ହି.ସ.) - ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଏବେ ସରଗରମ ହେଲାଣି। ବହୁ ଚଚ୍ର୍ଚିତ ଭଣ୍ଡାର
ଭଣ୍ଡାରିପୋଖରୀ ବିଧାନସଭା ଆସନ, ଶେଷରେ ସୁଧାଂଶୁଙ୍କୁ ଭରସା କଲା ବିଜେପି


ଭଦ୍ରକ, ୨ ମଇ (ହି.ସ.) - ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଏବେ ସରଗରମ ହେଲାଣି। ବହୁ ଚଚ୍ର୍ଚିତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକଟ ପାଇ ଜୋରଦାର ପ୍ର·ର ଆରମ୍ଭ କଲେଣି। ଡ଼େରିରେ ହେଲେ ମଧ୍ଯ ଏକାଧିକ ଦାବୀଦାରଙ୍କ ମଧ୍ଯରୁ ବିଜେପି ଶେଷରେ ପ୍ରାକ୍ତନ ଅଧ୍ଯାପକ ତଥା ବିଶିଷ୍ଟ ନାଟ୍ୟକାର ଡ଼. ସୁଧାଂଶୁ ଶେଖର ନାୟକଙ୍କୁ ଭରସା କରି ଟିକଟ ଦେଇଛି। ଏହି ଖବର ପ୍ର·ରିତ ହେବାପରେ ଆଜି ବନ୍ତ ବ୍ଲକର ବିଜେପି କର୍ମୀ ମହଲରେ ପ୍ରବଳ ଉସôାହ ଦେଖାଦେଇଛି। ବନ୍ତ ଓ ଆଗରପଡ଼ା ଠାରେ ଶହଶହ ଦଳୀୟ କର୍ମୀ ବାଇକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବିଦେଶୀ ନୁହେଁ ଦେଶୀ ନେତୃତ୍ବ ଆମର ଲକ୍ଷ୍ୟ ବୋଲି ସ୍ଲୋଗାନ ଦେଇ ବାଣ ଫୁଟାଇ ମିଠା ବାିଥିଲେ। ଶିକ୍ଷାବିତ ତଥା ନାଟ୍ୟକାରରୁ ରାଜନୀତିରେ ପାଦ ଥାପିଥିବା ଡ଼. ସୁଧାଂଶୁ ନାୟକ ସରକାରୀ ·କିରିରେ ଥିବା ବେଳେ ତାଙ୍କ ଧର୍ମପନôୀ ରେବତୀ ନାୟକଙ୍କୁ ଦୁଇଦୁଇ ଥର ବ୍ଲକ ଅଧ୍ଯକ୍ଷ, ଥରେ ଜିଲ୍ଲାପରିଷଦ ସଭ୍ୟ ଓ ଥରେ ସମିତିସଭ୍ୟ ଭାବେ ଜିତାଇ ଦୀର୍ଘ ୨୦ବର୍ଷ ଧରି ପ୍ରରୋକ୍ଷ ଭାବେ ରାଜନୀତି ସହିତ ସଂଶ୍ଳିଷ୍ଟ ଥିଲେ। ୨୦୨୧ ମସିହାରେ ସରକାରୀ ଛାକିରି ଛାଡ଼ିବା ପରେ ବିଜେପିରେ େଯାଗଦାନ କରି ପ୍ରତ୍ୟେକ୍ଷ ରାଜନୀତି ସହିତ ସଂପୃକ୍ତ ହୋଇ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରମୁଖ ଟିକଟ୍ ଦାବୀଦାର ଥିଲେ। ଟିକଟ ପାଇବା ପରେ ଶ୍ରୀ ନାୟକ ତାଙ୍କ ପ୍ରତିକ୍ରୀୟାରେ ଦେଶର ଯଶ୍ବସୀ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ରେ ବିଜେପି ପରି ବିଶ୍ବର ସର୍ବବୃହତ ରାଜନୈତିକ ଦଳର ଟିକେଟ ପାଇବା ମୋ ପାଇଁ ପରମ ସୌଭାଗ୍ୟ। ବିଜେପି ରାଜ୍ୟ ସଭାପତି ବଡ଼ଭାଇ ମନମୋହନ ସାମଲ, ଲୋକସଭା ପ୍ରାର୍ଥୀ ଅଭିମନୁ୍ୟ ସେଠୀ ସର୍ବୋପରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା, ଭୋଟରଙ୍କୁ ପ୍ରଣାମ ଜଣାଉଛି। ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦକୁ ପାଥେୟ କରି ସମସ୍ତଙ୍କୁ ସାଥିରେ ନେଇ ଆଗାମୀ ନିର୍ବାଚନରେ ଯଶ୍ବସୀ ହେବେ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande