ରାଂଚିରେ କାର୍ - ବାଇକ୍ ଧକ୍କା : ହୋମଗାର୍ଡ଼, ପତ୍ନୀ ଓ ଦୁଇ ଶିଶୁଙ୍କ ମୃତ୍ୟୁ
ରାଂଚି, ୨ ମଇ (ହି.ସ.)- ଝାଡ଼ଖଣ୍ଡର ରାଜଧାନୀ ରାଂଚିରେ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ହୋମଗାର୍ଡ଼ ପଙ୍କଜ କୁମ
ରାଂଚିରେ କାର୍ - ବାଇକ୍ ଧକ୍କା : ହୋମଗାର୍ଡ଼, ପତ୍ନୀ ଓ ଦୁଇ ଶିଶୁଙ୍କ ମୃତ୍ୟୁ


ରାଂଚି, ୨ ମଇ (ହି.ସ.)- ଝାଡ଼ଖଣ୍ଡର ରାଜଧାନୀ ରାଂଚିରେ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ହୋମଗାର୍ଡ଼ ପଙ୍କଜ କୁମାର, ତାଙ୍କ ପତ୍ନୀ ଏବଂ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଆହତ ଏହି ପରିବାରର ଅନ୍ୟ ଜଣେ ସଦସ୍ୟ ତଥା ଶିଶୁର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି । ବୁଧବାର ରାତିରେ ଖଲାରୀ ଥାନା ଅନ୍ତର୍ଗତ ଭେଲବାଟାଂଡ ଠାରେ ଏହି ଦୁର୍ଘଟଣା ଘଟିଛି । ପରିବାରର ୫ ଜଣ ସଦସ୍ୟ ବାଇକ୍ ରେ ଯାତ୍ରା କରୁଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଛି । ଖଲାରୀ ଡିଏସପି ରାମ ନାରାୟଣ ଚୌଧୁରି ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ହୋମଗାର୍ଡ଼ ପଙ୍କଜ ଚତରା ଜିଲ୍ଲାରେ ମୁତୟନ ଥିଲେ । ଦୁର୍ଘଟଣାରେ ପଙ୍କଜ, ତାଙ୍କ ପତ୍ନୀ ଗୁଡିଆ ଦେବୀ, ପୁତ୍ର ରାଜଦୀପ ଏବଂ ଝିଅ ସଲୋନିଙ୍କ ମୃତ୍ୟୁ ଘଟିଛି । ତାଙ୍କର ଅନ୍ୟ ଏକ ଶିଶୁପୁତ୍ର ଦୀପରାଜର ଚିକିତ୍ସା ରାଂଚିର ରିମ୍ସ ହସ୍ପିଟାଲରେ ଚାଲିଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande