କ୍ରୀଡା ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଧର୍ମଶାଳା, ୨ ମଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ କଦମପାଳ ପଂଚାୟତସ୍ଥ ବୁଢୀ ଜାଗୁଳାଇ ଉଚ୍ଚ ବିଦ୍ୟାଳୟର କ୍ରୀଡ
କ୍ରୀଡା ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା


ଧର୍ମଶାଳା, ୨ ମଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ କଦମପାଳ ପଂଚାୟତସ୍ଥ ବୁଢୀ ଜାଗୁଳାଇ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଭରତ ଚନ୍ଦ୍ର ମହାନ୍ତି ଚାକିରୀ କାଳରୁ ଅବସର ନେଇଛନ୍ତି । ତାଙ୍କ ଉଦ୍ଦେଶ୍ୟର ବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଜେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥିଭାବେ ଧର୍ମଶାଳା ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନଶିକ୍ଷକ ତଥା ପ୍ରତିଷ୍ଠାତା ଚିତ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ବିଦାୟ ନେଇଥିବା ଶିକ୍ଷକଙ୍କ କର୍ମ ଜୀବନୀ ଓ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ନିୟମ ଧାରାରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅବିଭାବକ ମଧ୍ୟରେ ସମନ୍ବୟ ରହିଲେ ଶିକ୍ଷାନୁଷ୍ଠାନର ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭରତ ଚନ୍ଦ୍ର ପ୍ରଧାନ, ପ୍ରାକ୍ତନ ଶିକ୍ଷାବିତ୍ ବଳରାମ ମହାନ୍ତି, ସମାଜସେବୀ ସନାତନ ପ୍ରଧାନ, କଦମପାଳ ସରପଂଚ ତୃପ୍ତିଲତା ମହାନ୍ତି, ସମିତିସଭ୍ୟ ପ୍ରଶାନ୍ତ କୁମାର ମହାନ୍ତି, ଶରତ ଚନ୍ଦ୍ର ଜେନା, ଶିକ୍ଷକ ପବିତ୍ର ମୋହନ ଜେନା, ଦିଲିପ ଆଏଚ, ଜନ୍ମେଜୟ ସାମଲ, ସୁଶାନ୍ତ କୁମାର ବେହେରା ଓ ପୁରାତନ ଛାତ୍ର ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ । ଗ୍ରାମ ମୁରବୀ ଉମାକାନ୍ତ ମହାନ୍ତି, କାହ୍ନୁଚରଣ ମହାନ୍ତି, ଶମ୍ଭୁନାଥ ଜେନା, ବିଜୟ କୁମାର ମହାନ୍ତି, ଗୌତମ ପ୍ରଧାନ ଓ ନିର୍ମଳ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପଣ୍ଡିତ ସାର ଦେବପାଠ କରିଥିବା ବେଳେ ଶ୍ରୀକାନ୍ତ ବଳସାମନ୍ତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଭରତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷାକର୍ମଚାରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ପ୍ରଦୀପ୍ତ/ସମନ୍ୱୟ


 rajesh pande