ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
ଧର୍ମଶାଳା, ୨ ମଇ (ହି.ସ.)- ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି
ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶ୍ରମିକ ଦିବସ ପାଳିତ


ଧର୍ମଶାଳା, ୨ ମଇ (ହି.ସ.)- ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଯାଜପୁର ଆଂଚଳିକ ବିଡି ଶ୍ରମିକ ସଂଘ ବ୍ରହ୍ମବରଦା କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସଚିବ ଜ୍ୟୋର୍ତିମୟୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସ ପାଳିତ ହୋଇଥିଲା । ବିଶେଷ କରି ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ପାଇଁ ସ୍ଥିିରିକୃତ କଥାବସ୍ତୁ, ପାଣିପାଗ ପରିବର୍ତନ ଯୋଗୁଁ କିଭଳି କାର୍ଯ୍ୟ ସ୍ଥଳୀରେ ଶ୍ରମିକମାନଙ୍କ ନିରାପତା ସ୍ଵାସ୍ଥ୍ୟଗତ ଅନୁକୂଳ ବ୍ୟବସ୍ଥା ନିର୍ମାଣ ସଂକ୍ରାନ୍ତରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଜିଲା ଦେୱାନୀ ବିଚାରପତି ପାରସ ପାଢୀ, ଜେଏମଏଫସି ଯାଜପୁରର ସୁନାରାମ ମାଝି, ପ୍ରାକ୍ତନ ପ୍ରାଧିକାରଣ ଓ ଶିଶୁ ମଙ୍ଗଳ କମିଟି ସଦସ୍ୟ ଡ. ରୁଦ୍ର ନାରାୟଣ ପୃଷ୍ଟି, ସହକାରୀ ଶ୍ରମ ଅଧିକାରୀ ସୁନନ୍ଦ ବିଶ୍ଵାଳ, ରସୁଲପୁର ବ୍ଲକ ଏଇଇ ସୋନାଲି ଦାସ, ବ୍ରହ୍ମବରଦା ଥାନା ଅଧିକାରୀ ଦେବାଶିଷ ଶତପଥୀ ଓ ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶନୀ ଦେଓ ପ୍ରମୁଖ ଯୋଗଦେଇ ଶ୍ରମିକ ଦିବସ ପାଳନର ଇତିହାସ, ଶ୍ରମ ଅଧିକାର, ବିବିଧ ଶ୍ରମ ଆଇନ, ଶ୍ରମିକଙ୍କ କଲ୍ୟାଣ ଲାଗି କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଉପସ୍ଥିତ ଶ୍ରମିକମାନେ ବରିଷ୍ଠ ଅଧିକାରୀଙ୍କ ସହ ଉପୁଜିଥିବା ସେମାନଙ୍କ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । ଶ୍ରମିକ ନେତା ପ୍ରଦୀପ ଦାସ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଗୌତମ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକାରଣର କର୍ମଚାରୀ ଓ ବିଡି ଶ୍ରମିକ ସଂଘର ସଭ୍ୟମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶହ ଶହ ସଂଖ୍ୟାରେ ଶ୍ରମିକ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ପ୍ରଦୀପ୍ତ/ସମନ୍ୱୟ


 rajesh pande