ବିଜେଡି ସରକାରଙ୍କ କୃଷକ ବିରୋଧୀ ନୀତି କାରଣରୁ ଓଡିଶାର ଚାଷୀ ସଂକଟରେ – ମନମୋହନ ସାମଲ
ଭୁବନେଶ୍ୱର, 02 ମଇ - ବିଜେଡି ସରକାରଙ୍କ କୃଷକ ବିରୋଧୀ ନୀତି କାରଣରୁ ଓଡିଶାର ଚାଷୀ ସଂକଟରେ ବୋଲି କହିଛନ୍ତି ବିଜେପି
ବିଜେଡି ସରକାରଙ୍କ କୃଷକ ବିରୋଧୀ ନୀତି କାରଣରୁ ଓଡିଶାର ଚାଷୀ ସଂକଟରେ – ମନମୋହନ ସାମଲ


ଭୁବନେଶ୍ୱର, 02 ମଇ - ବିଜେଡି ସରକାରଙ୍କ କୃଷକ ବିରୋଧୀ ନୀତି କାରଣରୁ ଓଡିଶାର ଚାଷୀ ସଂକଟରେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ରାଜ୍ୟ ସରକାରଙ୍କ ନବୀନ ସରକାରଙ୍କ କୃଷକ ମାରଣ ନୀତି ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି ଯେ ଓଡ଼ିଶାର ଚାଷୀ 5 ହାଜର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛି । ମାତ୍ର 17 ଭାଗ ଜମିରେ ଜଳସେଚନ ହୋଇଛି । 3 ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ ବଡ ବଡ଼ ପ୍ରତିଶ୍ରୁତି ଦେଇଥିଲା । 2014ରେ କହିଲେ 10 ଲକ୍ଷ ହେକ୍ଟର ଜଳସେଚନ ହେବ ବୋଲି କହିଲେ । 2019ରେ କହିଥିଲା 35 ପ୍ରତିଶତ ଜମିଜଳ ସେଚନ ହେବ । ତେବେ ଏହି ବର୍ଷ ମାନଙ୍କରେ ଆଉ ଗୋଟିଏ ଇଂଚ ଜମିକୁ ମଧ୍ୟ ଜଳ ସେଚନ କରାଯାଇ ନାହିଁ ।

ସେ କହିଛନ୍ତି ଯେ ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ । ବିଧାନସଭାରେ ମନ୍ତ୍ରୀ କହିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ । କାଳିଆ ଯୋଜନାରେ 75 ଲକ୍ଷ ଚାଷୀଙ୍କୁ ସହାୟତା ଦେବେ ବୋଲି କହିଥିଲେ କିନ୍ତୁ ମାତ୍ର 44 ଲକ୍ଷ ଚାଷୀଙ୍କୁ ଦେଲେ । ସବୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବନ୍ଦ ହୋଇଗଲା ।

ସେ କହିଛନ୍ତି ଯେ ନକଲି ଚାଷୀ ମାନଙ୍କ ଦ୍ଵାରା କୋଟି କୋଟି ଟଙ୍କା ହେରଫେର ହେଉଛି । ଚାଷୀଙ୍କ ଧାନ କିଣା ହେଲା ବେଳେ 12 କିଲୋରୁ ଅଧିକ କଟନୀ ଛଟନୀ କରାଯାଉଛି । ଧାନ ଏବଂ ଅନ୍ୟ ଫସଲ ଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉନାହିଁ । ଦଲାଲ ଏବଂ ମିଲର ମାନଙ୍କ ଦ୍ଵାରା ଶୋଷଣର ଶିକାର ହେଉଛି ଚାଷୀ । ଧାନ କିଣାରେ 1 ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କଲା ବିଜେପି । ସିଏଜି ବାରମ୍ବାର ଧାନ କିଣାର ଅନିୟମିତତା ଧରିଛନ୍ତି । ଓଡ଼ିଶାରେ ସୂତା କଳ ଓ ଚିନି କଳ ବନ୍ଦ କରିଦେଇଛନ୍ତି ସରକାର । ଚାଷୀ ମାନେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି । ବିଜେଡ଼ି ସରକାର ସଙ୍କଟ ଦେଇ ଗତି କରିଛି । ନେତୃତ୍ବ ଅଭାବ, ଇଚ୍ଛା ଶକ୍ତିର ଅଭାବ, ସ୍ପଷ୍ଟତା ଓ ଗଣତନ୍ତ୍ରର ଅଭାବ। ସରକାର ସବୁ ଦୃଷ୍ଟିରୁ ବିଫଳ । କୃଷକ ମାନଙ୍କ ବିକାଶ କୃଷିର ବିକାଶ ହେଲେ ସମ୍ଭବ ହେବ ।

ସେ କହିଛନ୍ତି ଯେ, ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ଚାଷୀଙ୍କ ପାଇଁ ଏହି ସବୁ ବ୍ୟବସ୍ଥା କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ରାଜ୍ୟରେ ବିଜେପିର ସରକାର ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ । ସବୁ ଧାନ ସରକାର କିଣିବେ। କୌଣସି କଟନୀ ଛଟନୀହେବ ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା ହେବ । ଚାଷୀର ରୋଜଗାର 3 ଗୁଣ ହେବ । ଡିବିତି ମାଧ୍ୟମରେ 48 ଘଣ୍ଟାରେ ଚାଷୀଙ୍କୁ ପଇସା ଦିଆଯିବ । 2029 ସୁଦ୍ଧା 100 ପ୍ରତିଶତ ଜଳସେଚନ ହେବ । ମହାନଦୀରେ ଆବଶ୍ୟକ ବ୍ୟାରେଜ ତିଆରି ହେବ । ଆଉ ଯେଉଁଠି ଦରକାର ଚେକ୍ ଡ୍ୟାମ ହେବ । ପ୍ରତି ବ୍ଲକରେ ଅତିକମରେ ଗୋଟିଏ ଶୀତଳ ଭଣ୍ଡାର ହେବ । କୃଷି ଭିତ୍ତିକ ଶିଳ୍ପ ପ୍ରତି ବ୍ଲକରେ ହେବ । ପିଏମ କିଶାନ ଯୋଜନାରେ ସବୁ ଚାଷୀଙ୍କୁ ସାମିଲ କରାଯିବ । ଫସଲ ବୀମା 100 ପ୍ରତିଶତ ହେବ । ଆକ୍ୱା କଳଚର୍, ପ୍ରନ୍ କଳଚର ମାଧ୍ୟମରେ ମାଛ ଓ ଚିଙ୍ଗୁଡି ଚାଷଙ୍କୁ ସହାୟତା ଦିଆଯିବ । ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ଖୋଲାଯବ । ବନ୍ଦ ହୋଇଥିବା ଚିନି କଳ ଓ ସୂତା କଳ ଆରମ୍ଭ କରାଯିବ । ନୂଆ ଚିନି ଓ ସୂତା କଳ ମଧ୍ୟ ତିଆରି କରାଯିବ ବୋଲିଲ ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande