ମହାରାଷ୍ଟ୍ରରେ ୫ଟି ପର୍ଯ୍ୟାୟରେ ମତଦାନ କରାଇବାରେ ନିର୍ବାଚନ କମିଶନ ର ଭୂମିକା ସନ୍ଦେହସ୍ପଦ-ଶରଦ ପୱାର
ମୁମ୍ବାଇ, ୨ ମଇ (ହି.ସ.)- ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପୱାର କହିଛନ୍ତି ଯେ, ଦେଶରେ ୭ଟି ପର୍ଯ୍ୟାୟର
ମହାରାଷ୍ଟ୍ରରେ ୫ଟି ପର୍ଯ୍ୟାୟରେ ମତଦାନ କରାଇବାରେ ନିର୍ବାଚନ କମିଶନ ର ଭୂମିକା ସନ୍ଦେହସ୍ପଦ-ଶରଦ ପୱାର


ମୁମ୍ବାଇ, ୨ ମଇ (ହି.ସ.)- ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପୱାର କହିଛନ୍ତି ଯେ, ଦେଶରେ ୭ଟି ପର୍ଯ୍ୟାୟରେ ଏବଂ ମହାରାଷ୍ଟ୍ରରେ ୫ଟି ପର୍ଯ୍ୟାୟରେ ନିର୍ବାଚନ କରାଇବାରେ ନିର୍ବାଚନ କମିଶନ ର ଭୂମିକା ସନ୍ଦେହସ୍ପଦ ଅଟେ । ଏଥି ସହିତ ନିର୍ବାଚନରେ ମତଦାନର ପ୍ରତିଶତ ହ୍ରାସ ପାଇବା ଆହୁରି ଚିନ୍ତାଜନକ ଅଟେ ।

ଏନସିପି ନେତା ଶରଦ ପୱାର କହିଛନ୍ତି ଯେ, ଦେଶର ଜନତା ମୋଦୀ ସରକାରଙ୍କ ପ୍ରତି ନାରାଜ ଅଛନ୍ତି । ଏହି କାରଣରୁ ଆମ ସଭା ମାନଙ୍କରେ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳୁଛି । ମୋଦୀଙ୍କୁ ମହାରାଷ୍ଟ୍ରରେ ଗତ ନିର୍ବାଚନ ତୁଳନାରେ କମ୍ ଆସନ ମିଳିବ । ଏପରିକି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଭୋଟ୍ ଦାନ ଉପରେ ପଡୁଛି । ନିର୍ବାଚନ କମିଶନ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande