ବରୀ ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀ ଆରତୀ ଦେଓ ଙ୍କୁ ବିରୋଧ କରି କଂଗ୍ରେସ ଭବନ ରେ ପହଞ୍ଚିଲେ ବିଦ୍ରୋହୀ
ଭୁବନେଶ୍ୱର, 02 ମଇ - ବରୀ ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀ ଆରତୀ ଦେଓ ଙ୍କୁ ବିରୋଧ କରି କଂଗ୍ରେସ ଭବନ ରେ ଟିକେ
ବରୀ ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀ ଆରତୀ ଦେଓ ଙ୍କୁ ବିରୋଧ କରି କଂଗ୍ରେସ ଭବନ ରେ ପହଞ୍ଚିଲେ ବିଦ୍ରୋହୀ


ଭୁବନେଶ୍ୱର, 02 ମଇ - ବରୀ ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀ ଆରତୀ ଦେଓ ଙ୍କୁ ବିରୋଧ କରି କଂଗ୍ରେସ ଭବନ ରେ ଟିକେଟ ଆଶାୟୀ ଥିବା କଳ୍ପନା ପଣ୍ଡା ଆଜି ନିଜ ସମର୍ଥକ ଙ୍କ ସହ କଂଗ୍ରେସ ଭବନ ଆସି ଟିକେଟ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ଦୀର୍ଘ ଦିନ ହେବ କଳ୍ପନା କଂଗ୍ରେସ ରେ ଥିବା ସତ୍ତ୍ୱେ ତାଙ୍କୁ ଟିକେଟ ନଦେଇ ଅନ୍ୟ ଦଳ ରୁ ଆସିଥିବା ଆରତୀ ଙ୍କୁ ଟିକେଟ କାହିଁକି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି। ନିଜ ସମର୍ଥକ ଙ୍କ ସହ ପୋଷ୍ଟର ଧରି କଂଗ୍ରେସ ଭବନ ରେ ପ୍ରତିବାଦ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande