ବିଶ୍ୱରେ ଭାରତର ଜୟଗାନ ହେଉଛି- ଜେପି ନଡ୍ଡା
ଅରରିୟା, 2 ମଇ (ହି.ସ.)-ଅରରିୟାର ସିକଟି ବିଧାନସଭା ମର୍ଡଳୀର ଧର୍ମଗଂଜ ମେଳା ଗ୍ରାଉଣ୍ଡରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ବିଶ୍ୱରେ ଭାରତର ଜୟଗାନ ହେଉଛି- ଜେପି ନଡ୍ଡା


ଅରରିୟା, 2 ମଇ (ହି.ସ.)-ଅରରିୟାର ସିକଟି ବିଧାନସଭା ମର୍ଡଳୀର ଧର୍ମଗଂଜ ମେଳା ଗ୍ରାଉଣ୍ଡରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ପ୍ରାର୍ଥୀଙ୍କ ପକ୍ଷରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ଜେପି ନଡ୍ଡା ପ୍ରଥମେ ମଦନେଶ୍ୱରନାଥ ଓ ସୁନ୍ଦରନାଥ ମହାଦେବଙ୍କୁ ପ୍ରଣାମ କରି ଆଂଚଳିକ ସାହିତ୍ୟକାର ଫଣିଶ୍ୱରନାଥ ରେଣୁଙ୍କ ସ୍ମରଣ କରିଥିଲେ । ସେ ମୋଦିଙ୍କ 10 ବର୍ଷ କାର୍ଯ୍ୟକାଳର ସେବା, ସୁଶାସନ ଓ ଗରିବ କଲ୍ୟାଣକୁ କହିଥିଲେ । ଅନ୍ୟପଟେ ରାଜଦ ଓ କଂଗ୍ରେସର ପୂର୍ବ ଶାସନକାଳରେ ଲୁଟତରାଜ, କୁଶାସନ ଓ ନିଜ ପରିବାରର କଲ୍ୟାଣ କରୁଥିବା କହିଥିଲେ ।ସେ କହିଛନ୍ତି ଯେ, 10 ବର୍ଷରେ ଭାରତର ଅର୍ଥବ୍ୟବସ୍ଥା 11ତମ ସ୍ଥାନରୁ ପଂଚମ ସ୍ଥାନକୁ ଆସିଛି । ବିଶ୍ୱ ଆଜି ଆମଠାରୁ ଔଷଧ କୀଣୁଛି । ଭରତ ବିଶ୍ୱର ସବୁଠୁ ଶସ୍ତା, କାର୍ଯ୍ୟକ୍ଷମ ଔଷଧ ପ୍ରସ୍ତୁତ କରୁଛି । ଯେଉଁ କାରଣରୁ ବିଶ୍ୱରେ ଭାରତର ଜୟଗାନ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande