କେଦାରନାଥ ଧାମର ଦ୍ୱାର ଖୋଲିବା ପୂର୍ବରୁ ସମସ୍ତ କାର୍ଯ୍ୟ ପୂରଣ କରିବାକୁ ନିର୍ଦ୍ଦେଶ
ରୁଦ୍ରପ୍ରୟାଗ, 2 ମଇ (ହି.ସ.)- ଉତ୍ତରାଖଣ୍ଡର ମୁଖ୍ୟ ସଚିବ ରାଧା ରତୁଡି ଗୁରୁବାର ଶ୍ରୀ କେଦାରନାଥ ଧାମ ପହଂଚି ପୁନର୍ନି
କେଦାରନାଥ ଧାମର ଦ୍ୱାର ଖୋଲିବା ପୂର୍ବରୁ ସମସ୍ତ କାର୍ଯ୍ୟ ପୂରଣ କରିବାକୁ ନିର୍ଦ୍ଦେଶ


ରୁଦ୍ରପ୍ରୟାଗ, 2 ମଇ (ହି.ସ.)- ଉତ୍ତରାଖଣ୍ଡର ମୁଖ୍ୟ ସଚିବ ରାଧା ରତୁଡି ଗୁରୁବାର ଶ୍ରୀ କେଦାରନାଥ ଧାମ ପହଂଚି ପୁନର୍ନିମାଣ ଏବଂ ବିକାଶ କାର୍ଯ୍ୟର ଅନୁଧ୍ୟାନ କରି ନିର୍ମାଣ ପ୍ରଗତି ଓ ଗୁଣବତ୍ତା ତଦାରଖ କରିଛନ୍ତି । ଏହାସହିତ କାର୍ଯ୍ୟର ବେଗ ବଢାଇ ମେ 10ରେ ଶ୍ରୀକେଦାରନାଥ ଧାମର ଦ୍ୱାର ଖୋଲିବା ପୂର୍ବରୁ ସମସ୍ତ ଅନିବାର୍ଯ୍ୟ କାର୍ଯ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଅତିରିକ୍ତ ଶ୍ରମିକ ଏବଂ ସମ୍ବଳର ଉପଯୋଗ କରିବାର ନିର୍ଦ୍ଦେଶ ଦେଇ ସେ କହିଛନ୍ତି ଯେ, ଶ୍ରଦ୍ଧାଳୁଙ୍କୁ କୌଣସି ପ୍ରକାରେ ସମସ୍ୟା ନହେଉ, ଏହାର ବିଶେଷ ଧ୍ୟାନ ଦିଆଯାଉ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande