କୃଷି ଜିଲ୍ଲା ଅଧିକାରୀ ଶ୍ରୀଧର ଦାସଙ୍କ ଅବସରକାଳୀନ ସମ୍ବଦ୍ର୍ଧନା ସଭା
ଭଦ୍ରକ, ୨ ମଇ (ହି.ସ.) - କୃଷି ବିଭାଗରେ ଦୀର୍ଘ ୩୫ ବର୍ଷ ସେବା ପ୍ରଦାନ କଲାପରେ ଭଦ୍ରକର କୃଷିଜିଲ୍ଲା ଅଧିକାରୀ ଶ୍ରୀଧର
କୃଷି ଜିଲ୍ଲା ଅଧିକାରୀ ଶ୍ରୀଧର ଦାସଙ୍କ ଅବସରକାଳୀନ ସମ୍ବଦ୍ର୍ଧନା ସଭା


ଭଦ୍ରକ, ୨ ମଇ (ହି.ସ.) - କୃଷି ବିଭାଗରେ ଦୀର୍ଘ ୩୫ ବର୍ଷ ସେବା ପ୍ରଦାନ କଲାପରେ ଭଦ୍ରକର କୃଷିଜିଲ୍ଲା ଅଧିକାରୀ ଶ୍ରୀଧର ଦାସ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଭଦ୍ରକ କୃଷି ବିଭାଗ ତରଫରୁ ଶହୀଦ୍ ସ୍ମୃତି ଭବନରେ ଶ୍ରୀ ଦାସଙ୍କ ଉଦ୍ଧେଶ୍ୟରେ ଏକ ସମ୍ବଦ୍ର୍ଧନା ସଭା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ଉପାଧ୍ଯାୟଙ୍କ ପୌରୋହିତ୍ୟରେ ଆୟୋଜନ କରାଯାଇଥିଲା। ଏଥିରେ ରାଣୀତାଲ ଆଳିକ ଗବେଷଣା କେନ୍ଦ୍ରର ସହେଯାଗୀ ଗବେଷଣା ନିଦ୍ର୍ଧେଶକ ଡଃ ଉମାଶଙ୍କର ନାୟକ, କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ସଞ୍ଜୟ କୁମାର ମହାନ୍ତି, ପରିସଂଖ୍ୟାନ ବିଭାଗର ଯୁଗ୍ମ ନିଦ୍ର୍ଧେଶକ ମହେଶ ଚନ୍ଦ୍ର ସ୍ବାଇଁ, ଧାମନଗର କୃଷି ଜିଲ୍ଲା ଅଧିକାରୀ ଗଣେଶ ପ୍ରସାଦ ମାଝୀ ଓ ଯାଜପୁର ରୋଡ଼ କୃଷିଜିଲ୍ଲା ଅଧିକାରୀ ଅରୁଣ କୁମାର ପାତ୍ର, ସହକାରୀ କୃଷି ନିର୍ବାହୀ ଯନ୍ରୀ ନୀରୋଦ ବେହେରା ଓ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ହୃଷିକେଶ ବେହେରା େଯାଗଦାନ କରିଥିଲେ। ଜିଲ୍ଲାର ସମସ୍ତ ଗ୍ରାମର କୃଷି କର୍ମ·ରୀ ଏଟିମ୍, ବିଟିଏମ୍, କୃଷି ଅଧିଦର୍ଶକ, ସହକାରୀ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ, ସହକାରୀ କୃଷିଯନ୍ରୀ ଓ ବିଭାଗୀୟ କର୍ମ·ରୀ ଉପସ୍ଥିତ ରହି ଶ୍ରୀ ଦାସଙ୍କ କଯ୍ୟଦକ୍ଷତା ଓ ନିଷ୍ଠାପର କର୍ବ୍ୟ ପରାୟଣତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶ୍ରୀ ଦାସଙ୍କୁ କୃଷିସେବା ସଂଘ ଭଦ୍ରକ, ମୁଖ୍ୟ ଜିଳ୍ଲା କୃଷି ଅଧିକାରୀ ମାନପତ୍ର, ଉରୀୟ ଓ ବିଭିନ୍ନ ଉପଢ଼ୈାକନ ପ୍ରଦାନ ପୂର୍ବକ ଅତିଥିମାନେ ସମ୍ବଦ୍ର୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ କର୍ମ·ରୀ ସହାୟତା ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande