ବାଲିଗୁଡାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ୱାସ ହରାଉଛି ଭୁବନେଶ୍ୱର, 2 ମଇ (ହି.ସ.) - ବିଜୁ ଜନତା ଦଳର ବରିଷ୍ଠ ନେତା କାର୍
ବାଲିଗୁଡାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର


ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ୱାସ ହରାଉଛି

ଭୁବନେଶ୍ୱର, 2 ମଇ (ହି.ସ.) - ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତିକ ପାଣ୍ଡିଆନ ଗୁରୁବାର ବାଲିଗୁଡା ଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ସେମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି । କନ୍ଧମାଳ ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ବାଲିଗୁଡା ବିଧାନସଭା ପ୍ରାର୍ଥୀ ଚକ୍ରମଣି କହଁରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ କହିଛନ୍ତି ।

ବିରୋଧୀ ଦଳଙ୍କୁ ସିଧା ସଳଖ ଆକ୍ରମଣ କରି ସେ କହିଲେ ଯେ ଏଭଳି ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ୱାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି । ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି । ବିରୋଧି କହୁଛନ୍ତି ବିଧାନସଭାରେ ୧୨୦ ଓ ଲୋକସଭାରେ ୧୬ ଆସନରେ ଜିତିବେ । କିନ୍ତୁ ଦେଖିଲା ବେଳକୁ ପ୍ରାର୍ଥୀ ଦେବାପାଇଁ ବିଜେପି ପାଖରେ ଲୋକ ନାହାନ୍ତି । ବିଜେଡି ଲିଷ୍ଟକୁ ଚାହିଁଛନ୍ତି ବସିଛନ୍ତି । ବିଜେଡି ତାଲିକା ପ୍ରକାଶ ପରେ ନିଜର ତାଲିକା ବାହାର କରୁଛନ୍ତି ।

ଓଡିଶାରେ ଡବଲ ଇଞ୍ଜିନ, ସିଙ୍ଗଲ ଇଞ୍ଜିନର କିଛି ମୂଲ୍ୟ ନାହିଁ । ଓଡିଶାରେ ଗୋଟିଏ ଇଞ୍ଜିନ - ସେ ହେଉଛି ନବୀନ ଇଞ୍ଜିନ । ନବୀନ ଇଞ୍ଜନର ଶକ୍ତି ବହୁତ ଅଧିକ, କେବେ ବି ଖରାପ ହେବ ନାହିଁ । ସେମାନେ ବର୍ଷକୁ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, କୁଆଡେ ଗଲା ଚାକିରି ପ୍ରତିଶ୍ରୁତି? ପେଟ୍ରୋଲ, ଡିଜେଲ, ଗ୍ୟାସ ଦର କମେଇବେ ବୋଲି କହିଥିଲେ । ହିସାବ ଦେବାକୁ ସେମାନଙ୍କ ଦମ୍ ନାହିଁ । ଆମର ଦମ୍ ଅଛି ଲୋକଙ୍କୁ ଆମେ ସବୁବେଳେ ହିସାବ ଦେଇଚାଲିଛୁ । ନବୀନ ଗ୍ୟାରେଂଟି ହେଉଛି ଆମେ ପୁଣି ଆସିବୁ, ଆପଣମାନଙ୍କୁ ପୁଣି ହିସାବ ଦେବୁ । ମୁଖ୍ୟମନ୍ତ୍ରୀ ସବୁ ଧର୍ମକୁ, ସବୁ ଧର୍ମାବଲମ୍ବୀଙ୍କୁ ସମ୍ମାନ କରନ୍ତି, ସେଥିପାଇଁ ଓଡିଶାରେ ଶାନ୍ତି ଅଛି ।

ଛତିଶଗଡ, ଝାଡଖଣ୍ଡରେ ଡବଲ ଇଞ୍ଜିନ ଚାଲିଥିଲା, କିନ୍ତୁ ସେମାନେ ଆଦିବାସୀଙ୍କ ପାଇଁ କଣ କରିଛନ୍ତି ? କିଛି କରି ନାହାନ୍ତି । ଓଡିଶାରେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି । ଭାଷା, ସାହିତ୍ୟ, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ସଂରକ୍ଷଣ କରୁଛନ୍ତି । କନ୍ଧମାଳ ଏସଡିସିରେ ଗତ ଏକ ବର୍ଷ ମଧ୍ୟରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଜନଜାତିଙ୍କ ସଂଗୃହୀତ ଜଙ୍ଗଲଜାତ ଦ୍ରବ୍ୟ ସରକାର କିଣିବା ପାଇଁ ‘ଲାଭ‘ ଯୋଜନା କରିଛନ୍ତି । ଆପଣମାନେ ସମସ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande