ପାରିବାରିକ କଳହରୁ ପୁଅର ଜୀବନ ନେଲା ବାପ
ଭଦ୍ରକ, ୨ ମଇ (ହି.ସ.) - ବୁଧବାର ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପାୟତ ସୁନାଗଢିଆ ଗ୍ରାମରେ ପାରିବାରିକ କଳହରୁ
ପାରିବାରିକ କଳହରୁ ପୁଅର ଜୀବନ ନେଲା ବାପ


ଭଦ୍ରକ, ୨ ମଇ (ହି.ସ.) - ବୁଧବାର ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପାୟତ ସୁନାଗଢିଆ ଗ୍ରାମରେ ପାରିବାରିକ କଳହରୁ ପୁଅର ଜୀବନ ନେଇଛି ବାପ ା ଘଟଣା ଦିନ ବାପପୁଅ ମଧ୍ଯରେ ପାଟିତୁଣ୍ଡ ହୋଇ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲା ା ଉଭୟ ଧାରୁଆ ଅସ୍ତ୍ରରେ ହଣାହଣି ଲାଗିଥିଲେ ା ଫଳରେ ବାପର ଧାରୁଆ ଅସ୍ତ୍ରର ଆକ୍ରମଣରେ ପୁଅ ଜୀବନ ଚାଲି ଯାଇଥିବା ବେଳେ ବାପ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ା ପ୍ରକାଶ େଯ, ମାଧବାନନ୍ଦ ବାରିକ(୬୦) ଓ ପୁଅ ଶଙ୍କର୍ଷଣ ବାରିକ(୪୦)ଙ୍କ ମଧ୍ଯରେ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା ା ଏହାର କରୁଣ ପରିସ୍ଥିତି ବୁଧବାର ଦେଖôବାକୁ ମିଳିଛି ା ଏ ସଂପର୍କରେ ମୃତକ ଶଙ୍କର୍ଷଣଙ୍କ ପତ୍ନୀ ସସ୍ମିତା ବନ୍ତ ଥାନାରେ ଅଭିେଯାଗ କରିଛନ୍ତି ା ଅଭିେଯାଗ ରୁ ଜଣାପଡେ ଗତ ୮ ମାସ ହେବ ସେ ବାପ ଘରେ ରହି ଆସୁଥିଲେ ା ବୁଧବାର ଖବର ପାଇଥିଲେ େଯ, ଘରେ ବାପପୁଅଙ୍କ ମଧ୍ଯରେ ପାଟିତୁଣ୍ଡ ହେବା ସହ ବାପ ଏକ ଧାରୁଆ ଅସ୍ତ୍ରରେ ପୁଅକୁ ହାଣି ଦେବା ଫଳରେ ପୁଅର ଘଟଣା ସ୍ଥଳରେ ମୃତୁ୍ୟ ହୋଇଛି ା ପୋଲିସ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପହô ଶବକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା ସେହିପରି ସାଇିଫିକ୍ ଟିମ୍ ଘଟଣା ସଂପର୍କରେ ଅନୁଧ୍ଯାନ ଚଳାଇଛି ା ଏନେଇ ପୋଲିସ କେସ ନଂ-୭୪-୨୪ ମୂଳେ ମାମଲା ରୁଜ୍ଜୁ କରିଛି

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande