ଅନ୍ତର୍ଜାତୀୟ ଦୁନିଆରେ ଭାରତର ମସ୍ତକ ଉଚ୍ଚା କରିଛନ୍ତି ପିଏମ ମୋଦି- ରାଜନାଥ ସିଂହ
ପାଟଣା/ସାରଣ, 2 ମଇ (ହି.ସ.)- ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏକ ନିର୍ବାଚନ
ଅନ୍ତର୍ଜାତୀୟ ଦୁନିଆରେ ଭାରତର ମସ୍ତକ ଉଚ୍ଚା କରିଛନ୍ତି ପିଏମ ମୋଦି- ରାଜନାଥ ସିଂହ


ପାଟଣା/ସାରଣ, 2 ମଇ (ହି.ସ.)- ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏକ ନିର୍ବାଚନୀ ଜନସଭାରେ କହିଛନ୍ତି ଯେ, ବିଜେପି ସରକାରରେ ଦେଶର ପ୍ରଭାବ ବଢୁଛି । ଅନ୍ତର୍ଜାତୀୟ ଦୁନିଆରେ ଭାରତର ମସ୍ତକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚା କରିଛନ୍ତି । ଆଜି ବିଶ୍ୱର ଲୋକେ ଭାରତର କଥାକୁ ଗୁରୁତ୍ୱ ଦେଇ ଶୁଣୁଛନ୍ତି ।

ରାଜନାଥ ସିଂହ ସାରଣରୁ ବିଜେପି ପ୍ରାର୍ଥୀ ରାଜୀବ ପ୍ରତାପ ରୁଡୀଙ୍କ ସମର୍ଥନରେ ଆୟୋଜିତ ଜନସଭାରେ କହିଛନ୍ତି ଯେ, ପୂର୍ବ କଂଗ୍ରେସ ସରକାରକୁ ଆପଣ ଦେଖିଛନ୍ତି । କେବଳ ଜମ୍ମୁ କଶ୍ମୀର ନୁହେଁ, ପୂରା ଦେଶର କୌଣସି ନା କୌଣସି ରାଜ୍ୟରେ ଆତଙ୍କୀ ଘଟଣା ଘଟୁଥିଲା, କିନ୍ତୁ ଆଜି ବିଜେପି ସରକାରରେ ଆତଙ୍କୀ ଘଟଣା ବନ୍ଦ ରହିଛି ।

ସେ ମୋଦି ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରୀ ଭାବେ ଆପଣଙ୍କୁ ଆଶ୍ୱସ୍ତ କରୁଛି ଯେ, ଦେଶର ସୀମା ସୁରକ୍ଷିତ ଅଛି । ଆଜି ଦେଶ ନିକଟରେ ଶକ୍ତି ଅଛି ଯେ, ଭାରତ ସୀମାର ଏହି ପଟୁ ବି ମାରିପାରିବ ଏବଂ ଆବଶ୍ୟକ ହେଲେ ସୀମା ପାର କରି ଯାଇ ବି ମାରି ପାରିବ । ଏହା ଆମର ଶକ୍ତି ଅଟେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande