ରାମପୁର ଓ ରାମକୃଷ୍ଣପୁରରେ ବିଜେଡି କର୍ମୀ ସମ୍ମୀଳନୀ
ଭଦ୍ରକ, ୨ ମଇ (ହି.ସ.) - ଭଦ୍ରକ ଜିଲ୍ଲାର ରାମପୁର ଓ ରାମକୃଷ୍ଣପୁର ଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ
ରାମପୁର ଓ ରାମକୃଷ୍ଣପୁରରେ ବିଜେଡି କର୍ମୀ ସମ୍ମୀଳନୀ


ଭଦ୍ରକ, ୨ ମଇ (ହି.ସ.) - ଭଦ୍ରକ ଜିଲ୍ଲାର ରାମପୁର ଓ ରାମକୃଷ୍ଣପୁର ଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାମପୁରଠାରେ ଅନୁଷ୍ଠିତ ସଭାକୁ ପାୟତ ସଭାପତି ପ୍ରତାପ ଦେହୁରିଆ ସଭାପତିତ୍ବ କରିଥିଲେ। ଏଥିରେ ଭଣ୍ଡାରିପୋଖରୀରେ ବିଧାୟକ ପ୍ରାର୍ଥô ସଞ୍ଜୀବ କୁମାର ମଲ୍ଲିକ ଅତିଥି ଭାବେ େଯାଗଦେଇ କହିଲେ, ତାଙ୍କ ପରିବାର ୫୦ବର୍ଷ ଧରି ସକ୍ରିୟ ରାଜନିତୀରେ ରହିଛି। ମୋତେ ଏଠାରୁ ଲଢିବାକୁ ମାନ୍ୟବର ମୁଖ୍ୟମନ୍ରୀ ପଠାଇଛନ୍ତି। ମୁଁ ବିଜୟୀ ହେଲେ ଆପଣମାନଙ୍କ ସହିତ ରହି ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗେଇ ନେବି। ସଭାରେ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ଯକ୍ଷ ପ୍ରଫୁଲ୍ଲ ଜେନା, ଜିଲ୍ଲା ବିଜେଡି ଉପ-ସଭାପତି ପ୍ରସାନ୍ତ ଦାଶ, ବନ୍ତ ବ୍ଲକ ଅଧ୍ଯକ୍ଷ ମନୋରଞ୍ଜନ ଘଡେଇ, ରାମପୁର ସରପ ଗିରିଧାରୀ ସାହୁ, ସମିତି ସଭ୍ୟ କୁନି ମୁଣ୍ଡା, ବ୍ଲକ ବିଜେଡି ସµାଦକ ସୁବାଷ ଦାସ, ବିଧାନସଭା ନେତା ବିପିନ ନାୟକ, ବ୍ଲକ ଯୁବ ସଭାପତି ସତ୍ୟସାଧନ ବେଜ, ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା ପ୍ରମୁଖ ମାସିନ ହୋଇ ରାଜ୍ୟ ସରକାରଙ୍କ ଲୋକହିତକର କାର୍ଯ୍ୟ ଉପରେ ମତ ରଖô ଆଗାମୀ ନିର୍ବାଚନରେ େଯାଡି ଶଙ୍ଖରେ ସାଂସଦ ଓ ବିଧାୟକ ପ୍ରାର୍ଥôଙ୍କୁ ଜିତାଇବା ନେଇ ମତ ରଖôଥିଲେ। ସେହିପରି ରାମକୃଷ୍ଣପୁର ଠାରେ ଅନୁଷ୍ଠିତ ସଭାକୁ ରାମାକାନ୍ତ ଜେନା ପୌରହିତ୍ୟ କରିଥିଲେ। ଏଥିରେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସମେତ ସ୍ଥାନୀୟ ସରପ ହିରେନ୍ଦ୍ର ଖିଲାର, ସମିତି ସଭ୍ୟା ଜେମାମଣୀ ସେଠୀ, ବରିଷ୍ଠ କର୍ମୀ ଗୋକୁଳାନନ୍ଦ ଖିଲାର, ଅଜୟ ସେଠୀ, ରାମଚନ୍ଦ୍ର ତ୍ରୀପାଠି, ଅଶୋକ ସାହୁ, ମୁରଲୀଧର ନାୟକ ପ୍ରମୁଖ ଅତିଥି ଥିଲେ। ପ୍ରାରମ୍ଭରେ ବାଇକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande