ଖଡଗେଙ୍କୁ ଯୋଗୀଙ୍କ ପାଲଟା ଜବାବ, କହିଲେ- ସନାତନର ଅପମାନ କରୁଥିବା କଂଗ୍ରେସକୁ ଲୋକେ କରିବେ ବିସର୍ଜନ
ଲକ୍ଷ୍ନୌ, 2 ମଇ (ହି.ସ.)- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ
ଖଡଗେଙ୍କୁ ଯୋଗୀଙ୍କ ପାଲଟା ଜବାବ, କହିଲେ- ସନାତନର ଅପମାନ କରୁଥିବା କଂଗ୍ରେସକୁ ଲୋକେ କରିବେ ବିସର୍ଜନ


ଲକ୍ଷ୍ନୌ, 2 ମଇ (ହି.ସ.)- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଭଗବାନ ରାମ ଉପରେ ଦିଆଯାଇଥିବା ବୟାନ ଉପରେ ପାଲଟା ଜବାବ ଦେଇଛନ୍ତି । ସେ ଏହାକୁ ସନାତନ ପରମ୍ପରା ଉପରେ ଆଘାତ ଓ ଅପମାନିତ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାମ ଓ ଶିବଙ୍କୁ ପରସ୍ପରର ବିରୋଧୀ କହୁଥିବା କଂଗ୍ରେସ ସବୁବେଳେ ବିଭାଜନ ଓ ଶାସନ କରିବା ଉଦ୍ଦେଶ୍ୟରେ କାମ କରୁଛି ।

ସେ କହିଛନ୍ତି ପ୍ରଭୁ ଶ୍ରୀରାମ ଶିବଙ୍କ ଆରାଧନା କରିଛନ୍ତି । ଭଗବାନ ଶିବ ମଧ୍ୟ ରାମଙ୍କ ଉପାସନ କରିଛନ୍ତି । ରାମ ଓ ଶିବ ଭିନ୍ନ ଭିନ୍ନ ନୁହନ୍ତି । କଂଗ୍ରେସ ଲଗାତର ସନାତନକୁ ଅପମାନିତ କରୁଛି । ଭାରତର ଆସ୍ଥା ସହିତ ଖେଳିବା କଂଗ୍ରେସର ପ୍ରବୃତ୍ତି ଅଟେ । ଖଡଗେଙ୍କୁ କଂଗ୍ରେସ ସଂସ୍କାରରେ ଯାହା ମିଳିଛି, ସେ ନିଜ ଭାଷଣରେ ସେହି କଥା କହୁଛନ୍ତି । ଏହା ସବୁ କଂଗ୍ରେସ ପତନର ନୂଆ ଆରମ୍ଭ ଅଟେ । ଲୋକେ କଂଗ୍ରେସର ବିସର୍ଜନ କରିବେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande