ଚାଟୁକାରିତାର ସବୁ ସୀମା ପାର୍, ଜ୍ଞାନଉଦୟ ହେବ କେବେ - ଜୟ ନାରାୟଣ ମିଶ୍ର
ସମ୍ବଲପୁର, ୪ ମଇ (ହି.ସ.)- ନିକଟରେ ମିଶନ ଶକ୍ତି ସଚିବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ବିଜେଡି ନେତା ତଥା
ଚାଟୁକାରିତାର ସବୁ ସୀମା ପାର୍, ଜ୍ଞାନଉଦୟ ହେବ କେବେ - ଜୟ ନାରାୟଣ ମିଶ୍ର


ସମ୍ବଲପୁର, ୪ ମଇ (ହି.ସ.)- ନିକଟରେ ମିଶନ ଶକ୍ତି ସଚିବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ବିଜେଡି ନେତା ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଟୀପ୍ପଣୀକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଚାଟୁକାରିତାର ସବୁ ସୀମାକୁ ଟପି ସାରିଲେଣି ବୋଲି କହିଛନ୍ତି ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର । ଶ୍ରୀ ଦାସଙ୍କୁ ଏବେଠାରୁ ହାରିଯିବାର ଭୟ ଘାରିଲାଣି । ସମ୍ବଲପୁରର ଭୋଟରମାନେ ତାଙ୍କୁ ସଠିକ୍ ସମୟରେ ଉଚିତ୍ ଜବାବ୍ ଦେବେ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ଶ୍ରୀ ମିଶ୍ର ।

ଏହି ଅବସରରେ ଶ୍ରୀ ମିଶ୍ର ତୁଳନାତ୍ମକ ମୁଦ୍ରାରେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏକ ଶୃଙ୍ଖଳିତ ଦଳ ଏବଂ ନୀତି ଆଦର୍ଶରେ ଚାଲୁଥିବା ଗୋଟିଏ ରାଜନୈତିକ ପାର୍ଟି । ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଦକ୍ଷ ନେତୃତ୍ଵଙ୍କ ଆଦର୍ଶରେ ପରିଚାଳିତ ପାର୍ଟି । ସେ ତୁଳନାରେ ବିଜେଡିର ଗଠନ, ଆଭିମୁଖ୍ୟ ଓ ଏବେ କେଉଁ ଅବସ୍ଥାରେ ଅଛି, ତାଙ୍କୁ ବେଶ୍ ଭଲ ଭାବରେ ଜଣା । ବିଜେଡି ଦଳର ସୁପ୍ରିମୋ ବୋଲାଉଥିବା ବ୍ଯକ୍ତି କ୍ଷମତା ପରିଚାଳନା କରିବାରେ ଅସମର୍ଥ ଥିବା ଉପଲବ୍ଧି କରିବା ପରେ ଏବେ ନିର୍ଦ୍ଦିଷ୍ଟ ଜଣେ ଅଣଓଡ଼ିଆ ବ୍ୟକ୍ତିଙ୍କୁ ଗୁମାସ୍ତା ଭାବେ ରଖି ଶାସନ କଳ ଚଳାଉଛନ୍ତି । ଶ୍ରୀ ଦାସଙ୍କ ଭଳି ଜଣେ ବରିଷ୍ଠ ନେତା ଯେତେବେଳେ ଦ୍ଵାରପାଳ ଏବଂ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ରହି ତଥାକଥିତ ଗୁମାସ୍ତାଙ୍କ ପାଇଁ ଷ୍ଟେଜ୍ ସଜାଡିବା, ପାଲ ପାରିବା ସହ ଚେୟାର ପକାଇବାର କାମ କରୁଛନ୍ତି, ତାହାଠୁ ଆଉ ଅଧିକ କ'ଣ ଲଜ୍ଜ୍ୟାଜନକ କାର୍ଯ୍ଯ ଥାଇପାରେ ? ଏ କ୍ଷେତ୍ରରେ ନିଜକୁ ଜଣେ ବରିଷ୍ଠ ବିଜେଡି ନେତା ଭାବେ ପରିଚୟ ଦେଉଥିବା ଶ୍ରୀ ଦାସ କିପରି ନିଜ ସ୍ବାଭିମାନ, ଆତ୍ମସମ୍ମାନ ଭୁଲି ଯାଉଛନ୍ତି ସମ୍ଭବତଃ ତାଙ୍କର ରାଜନୈତିକ ଜ୍ଞାନ ବହୁତ କମ୍ । ବିଜେପି ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଦେଇଥିବା ଆକ୍ଷେପର ଉତ୍ତରରେ କହିଛନ୍ତି, ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କ ପାଇଁ ସମ୍ବଲପୁର ନୂଆ ନୁହେଁ । ସମ୍ବଲପୁର ସହ ତାଙ୍କର ବହୁ ନିବିଡ ସମ୍ପର୍କ ରହିଛି । ସେ ଅତୀତରେ ଦେବଗଡରୁ ସାଂସଦ ମଧ୍ୟ ହୋଇଥିଲେ, ଯାହାର ଅଧିକାଂଶ ଭାଗ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଛି । ବାସ୍ତବରେ ଶ୍ରୀ ଦାସଙ୍କୁ ଏବେ ଠାରୁ ହାରିଯିବାର ଜୋରଦାର ଭୟ ଘାରିଲାଣି । ଏହା ସତ୍ୟ। ମିଛକୁ ଯେତେ ବଡ ପାଟିରେ କହିଲେ ମଧ୍ୟ ତାହା କେବେ ସତ୍ଯ ହୋଇପାରେ ନାହିଁ । ସମ୍ବଲପୁରର ମତଦାତା ମାନେ ସଠିକ୍ ସମୟରେ ସଠିକ୍ ଉତ୍ତର ଦେବେ ବୋଲି ସେ ରୋକଠୋକ୍ କହିଛନ୍ତି । ଏବେ ମୋଦୀ ସରକାର ମହିଳାଙ୍କୁ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଲକ୍ଷପତି ଦିଦି ବନାଇବା କାର୍ଯ୍ୟରେ ଲାଗିଛନ୍ତି । ଓଡ଼ିଶା ଲୋକଙ୍କୁ ଭୁଆଁ ବୁଲାଇ ରାଜ୍ୟ ସରକାର ଚଳାଉଥିବା ''ମିଶନ ଶକ୍ତି'' ବିଜେଡିର ଜାଗିର୍ ନୁହେଁ, ଏକ ପ୍ରହସନ ମାତ୍ର । ମିଶନ ଶକ୍ତିର ମାଆ ମାନଙ୍କୁ ସ୍ଵାବଲମ୍ବୀ ଓ ସଶକ୍ତ କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ । ରାଜ୍ୟ ମିଶନ ଶକ୍ତି ସଚିବ ବିଜେଡି ପାଇଁ ଜଣେ ଛାୟାକର୍ମୀ ଭାବେ କାର୍ଯ୍ୟ କରିବେ, ମାତ୍ର ତାଙ୍କ ପ୍ରତି ଯେତେବେଳେ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହାକୁ ଅନୁଚିତ କହିବା ଶ୍ରୀ ଦାସଙ୍କ ରାଜନୈତିକ ଅପରିପକ୍ବତାର ଚରମ ନିଦର୍ଶନ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande