ଆଗାମୀ ୨୪ ଘଂଟାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ଵର, ୪ ମଇ (ହି.ସ.)- ଆଗାମୀ ୨୪ ଘଂଟାରେ ଉପକୂଳ ସମେତ କିଛି ପାର୍ଶ୍ବବର୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହ
ଆଗାମୀ ୨୪ ଘଂଟାରେ କାଳବୈଶାଖୀ ସମ୍ଭାବନା


ଭୁବନେଶ୍ଵର, ୪ ମଇ (ହି.ସ.)- ଆଗାମୀ ୨୪ ଘଂଟାରେ ଉପକୂଳ ସମେତ କିଛି ପାର୍ଶ୍ବବର୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଫଳରେ ଦିନ ତାପମାତ୍ରା ହ୍ରାସ ପାଇବ ଏବଂ ଲୋକଙ୍କୁ ତାତି ଓ ଅସହ୍ୟ ଗୁଳୁଗୁଳିରୁ ଆଶ୍ଵସ୍ତି ମିଳିବ ।

ଆଗାମୀ ଦୁଇଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ଘଟିବା ସମ୍ଭାବନା ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande