ପ୍ରଧାନମନ୍ତ୍ରୀ ମୋଦୀ କାନପୁର ଗୁରୁଦ୍ଵାରରେପ ପ୍ରଣାମ କରି ଆରମ୍ଭ କରିବେ ରୋଡ ସୋ
କାନପୁର, ୪ ମଇ (ହି.ସ.)- ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁରରେ ରୋଡ଼ ସୋ କରିବେ । କାନପୁର ଗୁରୁଦ୍ଵାରର
ପ୍ରଧାନମନ୍ତ୍ରୀ ମୋଦୀ କାନପୁର ଗୁରୁଦ୍ଵାରରେପ ପ୍ରଣାମ କରି ଆରମ୍ଭ କରିବେ ରୋଡ ସୋ


କାନପୁର, ୪ ମଇ (ହି.ସ.)- ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁରରେ ରୋଡ଼ ସୋ କରିବେ । କାନପୁର ଗୁରୁଦ୍ଵାରରେ ମଥା ଟେକିବା ପରେ ସେ ରୋଡ଼ ସୋ ର ଶୁଭାରମ୍ଭ କରିବେ । ତାଙ୍କ ସହିତ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କାନପୁର ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ରମେଶ ଅବସ୍ଥି ମଧ୍ୟ ଉପସ୍ଥିତ ରହିବେ । ଭାଜପାର କାର୍ଯ୍ୟକର୍ତା ମାନେ ରୋଡ଼ ସୋ ର ମାର୍ଗ କୁ ସମ୍ପୂର୍ଣ୍ଣ ରୂପେ ସଜାଇଛନ୍ତି ।

ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ କାନପୁର ଲୋକସଭା ନିର୍ବାଚନ ପ୍ରଚାରରେ ଚତୁର୍ଥ ଥର ପାଇଁ ଆସୁଛନ୍ତି । ମୋଦୀ ସଂନ୍ଧ୍ୟା ୫ଟାରେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଆସି ଏୟାରଫୋର୍ସ ଷ୍ଟେସନରେ ପହଂଚିବେ । ସେଠାରୁ ସଡ଼କ ପଥରେ ଗୁମଟି ଗୁରୁଦ୍ଵାର ପ୍ରାୟ ୫ଟା ୩୦ ରେ ପହଂଚିବେ । ସେଠାରେ ମଥା ଟେକିବା ପରେ କ୍ରାସିଂଗରୁ ସଂନ୍ଧ୍ୟା ୫ଟା ୪୫ରେ ରୋଡ ଶୋ ଆରମ୍ଭ କରିବେ । ରୋଡ ସୋ ସରିବା ପରେ ସେ ଏୟାରଫୋର୍ସ ଷ୍ଟେସନରେ ପହଂଚିବେ ଏବଂ ସେଠାରୁ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande