ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିବସୀୟ ହିମାଚଳ ଗସ୍ତରେ ଯାଇ ଶିମଲାରେ ପହଂଚିଲେ
ଶିମଲା, ୪ ମଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିବସୀୟ ହିମାଚଳ ଗସ୍ତରେ ଯାଇ ଶନିବାର ସକାଳେ ଶିମଲାରେ ପହଂଚି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିବସୀୟ ହିମାଚଳ ଗସ୍ତରେ ଯାଇ ଶିମଲାରେ ପହଂଚିଲେ


ଶିମଲା, ୪ ମଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିବସୀୟ ହିମାଚଳ ଗସ୍ତରେ ଯାଇ ଶନିବାର ସକାଳେ ଶିମଲାରେ ପହଂଚିଛନ୍ତି । ରାଷ୍ଟ୍ରପତିଙ୍କ ହେଲିକପ୍ଟର ସକାଳ ୧୦ଟା ୧୧ ମିନିଟ୍ ରେ ଶିମଲା ନିକଟସ୍ଥ କଲ୍ୟାଣୀ ହେଲିପ୍ୟାଡରେ ଅବତରଣ କରିଥିଲା । ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳ ଏବଂ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା । ପରେ ସେ ଛରାବଡ଼ା ସ୍ଥିତ ରାଷ୍ଟ୍ରପତି ନିବାସ ଦ ରିଟ୍ରିଟ୍ ରେ ପହଂଚିଛନ୍ତି । ରାଷ୍ଟ୍ରପତି ମଇ ୫ ତାରିଖରେ କେଚମେଂଟ ଏରିଆ ଗସ୍ତ କରିବେ । ମଇ ୬ ତାରିଖରେ ସେ କାଂଗଡ଼ା ଜିଲ୍ଲା ଗସ୍ତ କରିବେ । ରାଷ୍ଟ୍ରପତି କାଂଗଡ଼ା ଜିଲ୍ଲା ମୁଖ୍ୟାଳୟ ଧର୍ମଶାଳାରେ କେନ୍ଦ୍ରିୟ ବିଶ୍ଵବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସେହିଦିନ ସଂନ୍ଧ୍ୟାରେ ରାଷ୍ଟ୍ରପତି ଶିମଲା ଫେରିବେ । ୭ ତାରିଖରେ ରାଷ୍ଟ୍ରପତି ସଙ୍କଟ ମୋଚନ ମନ୍ଦିର ଏବଂ ତାରାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏବଂ ସଂନ୍ଧ୍ୟାରେ ମାଲ୍ ରୋଡ଼ ରେ ଭ୍ରମଣ କରିବେ । ଏହାପରେ ରାଷ୍ଟ୍ରପତି ଐତିହାସିକ ଗେୟଟି ଥିଏଟରରେ ସାଂସ୍କୃତିକ ସଂନ୍ଧ୍ୟାର ଆନନ୍ଦ ନେବେ । ଏହାପରେ ରାଜଭବନରେ ରାତ୍ରିଭୋଜନର ଆୟୋଜନ ହେବ । ରାଷ୍ଟ୍ରପତି ୮ ତାରିଖ ସକାଳେ ଶିମଲାରୁ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande