ଉପରାଷ୍ଟ୍ରପତି ସୋମବାର ଡିୟୁ ଏସଓଏଲର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ
ନୂଆଦିଲ୍ଲୀ, ୪ ମଇ (ହି.ସ.)- ଦିଲ୍ଲୀ ବିଶ୍ଵବିଦ୍ୟାଳୟ (ଡିୟୁ)ର ସ୍କୁଲ ଅଫ୍ ଓପନ ଲର୍ଣ୍ଣିଂ (ଏସଓଏଲ)ର ୬୨ତମ ପ୍ରତିଷ୍ଠା
ଉପରାଷ୍ଟ୍ରପତି ସୋମବାର ଡିୟୁ ଏସଓଏଲର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ


ନୂଆଦିଲ୍ଲୀ, ୪ ମଇ (ହି.ସ.)- ଦିଲ୍ଲୀ ବିଶ୍ଵବିଦ୍ୟାଳୟ (ଡିୟୁ)ର ସ୍କୁଲ ଅଫ୍ ଓପନ ଲର୍ଣ୍ଣିଂ (ଏସଓଏଲ)ର ୬୨ତମ ପ୍ରତିଷ୍ଠା ଦିବସ ମଇ ୬ ତାରିଖ (ସୋମବାର) ଦିନ କନଭେନଶନ ହଲ୍ ରେ ଆୟୋଜିତ ହେବ । ଏହି ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏସଓଏଲ ର ନିର୍ଦ୍ଦେଶକ ପ୍ର. ପାୟଲ ମାଗୋ ଶନିବାର କହିଛନ୍ତି ଯେ, ଏହି ଆୟୋଜନର ବିଷୟବସ୍ତୁ ବିକଶିତ ଭାରତର ନିର୍ମାଣରେ ମୁକ୍ତ ଶିକ୍ଷାର ଯୋଗଦାନ ଅଟେ । ଦିଲ୍ଲୀ ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ଯୋଗେଶ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଏସଓଏଲ ର ତିନି ଜଣ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରେ ରହିଛନ୍ତି ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଟପ୍ପର ଥିବା ଦୁଇ ଜଣ ଛାତ୍ର ପାୟଲ ସିଂହ (ବି.ଏ. ଲାଇବ୍ରେରୀ ସାଇନ୍ସ) ଓ ନୈନ୍ସୀ ଗୋୟଲ (ଏମ.ଏ. ରାଜନୀତି ବିଜ୍ଞାନ) । ଦୁହିଁଙ୍କୁ ପୁରସ୍କୃତ କରାଯିବ । ଏଥି ସହିତ ଅର୍ଜୁନ ପୁରସ୍କାର ବିଜେତା ଦୀକ୍ଷା ଡାଗରଙ୍କୁ ମଧ୍ୟ ସମ୍ମାନିତ କରାଯିବ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande